Get Updates
Get notified of breaking news, exclusive insights, and must-see stories!

ହିନ୍ଦୁ ମହାସଭାର ପୂଜା ମଣ୍ଡପରେ ମହାତ୍ମା ଗାନ୍ଧୀଙ୍କ ଆକୃତିର ମହିଷାସୁର ମୂର୍ତ୍ତିକୁ ନେଇ ବିବାଦ

ଏକ ମଣ୍ଡପରେ ଦେବୀ ଦୁର୍ଗାଙ୍କ ପାଦତଳେ ରା୍କ୍ଷସ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପରି ମୂର୍ତ୍ତି ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

କୋଲକାତା : ସାରା ଦେଶରେ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଦେଖିବାକୁ ମିଳୁଥିବା ବେଳେ କୋଲକାତାରେ ଏକ ମଣ୍ଡପର ମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଛି । ଏକ ମଣ୍ଡପରେ ଦେବୀ ଦୁର୍ଗାଙ୍କ ପାଦତଳେ ରା୍କ୍ଷସ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପରି ମୂର୍ତ୍ତି ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

durga puja - gandhi

ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ୱାରା ଏହି ମଣ୍ଡପରେ ପୂଜା ଆୟୋଜିତ ହେଉଛି । ବିବାଦ ବଢିବା ପରେ ହିନ୍ଦୁ ମହାସଭାର ଆୟୋଜକମାନେ କହିଥିଲେ ଯେ 'ଏହା କେବଳ ଏକ ସଂଯୋଗ, ଯେଉଁ ରାକ୍ଷସକୁ ମାଆ ବଦ୍ଧ କରୁଛନ୍ତି ତାଙ୍କ ମୁଣ୍ଡରେ କେଶ ନାହିଁ ଏବଂ ତଷମା ପିନ୍ଧିଛନ୍ତି' । ମୂର୍ତ୍ତିର ଚେହେରା ଏବଂ ଗାନ୍ଧିଜୀଙ୍କ ମଧ୍ୟରେ ସମାନତା ବିଷୟରେ ଆଲୋଚନା ହେଉଛି, ଯାହା କେବଳ ଏକ ସଂଯୋଗ ଅଟେ । ଧ୍ୟାନରେ ଦେଖନ୍ତୁ ରାକ୍ଷସ ହାତରେ ଏକ ଢାଲ ଅଛି, କିନ୍ତୁ ଗାନ୍ଧୀ ଜୀ ହାତରେ ବାଡ଼ି ଧରି ଚାଲୁଥିଲେ । କିନ୍ତୁ ସେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।

କିନ୍ତୁ ବିବାଦ ବଢୁଥିବାର ଦେଖି ଗୃହ ମନ୍ତ୍ରଣାଳୟ ପୂଜା ମଣ୍ଡପ ଆୟୋଜକମାନଙ୍କୁ ତୁରନ୍ତ ପ୍ରଭାବରେ ଅସୁରର ଚେହେରା ବଦଳାଇବାକୁ କହିଥିଲେ, ଯାହା ପରେ ଅସୁରର ଚେହେରା ବଦଳାଯା୍ଇଥିଲା । ଏହି ପୂରା ଘଟଣାରେ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି । ଟିଏମଏସି ସମଗ୍ର ଘଟଣାକୁ ତୀବ୍ର ସମାଲୋଚନା କରିଛି ଏବଂ ହିନ୍ଦୁ ମହାସଭାକୁ ଟାର୍ଗେଟ କରିଛି ।

ଟିଏମସି ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ ଏହାକୁ ବିଜେପିର ପ୍ରକୃତ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଏହା ହେଉଛି ବିଜେପିର ବିକୃତ ମାନସିକତା । ସେମାନେ ଗୋଟେ କଥା କୁହନ୍ତି ଏବଂ ଅନ୍ୟ କିଛି କରନ୍ତି । ସେମାନେ କେବଳ ବଡ଼ କାମ କରିବାର ଛଳନା କରନ୍ତି । ଯାହା ଘଟିଛି ତାହା ଭୁଲ, ଏହା ଆମ ଦେଶର ପିତାଙ୍କ ପ୍ରତି ଅପମାନ । ଏହା ବିଜେପିର ଏକ ଘୃଣ୍ୟ ଅପରାଧ, ଯାହାକୁ କ୍ଷମା କରାଯାଇପାରିବ ନାହିଁ ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ରାଜ୍ୟ ୟୁନିଟର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଚୁର ଗୋସ୍ୱାମୀ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ 'କେବଳ ମହାତ୍ମା ଗାନ୍ଧୀ ଦେଶର ସ୍ୱାଧୀନତା ପାଇବା ପାଇଁ ସବୁକିଛି କରିନାହାଁନ୍ତି, ଆମେ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଲୋକଙ୍କୁ ଜଣାଇବାକୁ ଚାହୁଁ' । ତେବେ ଏହି ପ୍ରସଙ୍ଗରେ ହିନ୍ଦୁ ମହାସଭାର ବିରୋଧରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+