For Quick Alerts
Turn On Notification  
For Daily Alerts
Oneindia App Download

ହିନ୍ଦୁ ମହାସଭାର ପୂଜା ମଣ୍ଡପରେ ମହାତ୍ମା ଗାନ୍ଧୀଙ୍କ ଆକୃତିର ମହିଷାସୁର ମୂର୍ତ୍ତିକୁ ନେଇ ବିବାଦ

ଏକ ମଣ୍ଡପରେ ଦେବୀ ଦୁର୍ଗାଙ୍କ ପାଦତଳେ ରା୍କ୍ଷସ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପରି ମୂର୍ତ୍ତି ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

|

କୋଲକାତା : ସାରା ଦେଶରେ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଦେଖିବାକୁ ମିଳୁଥିବା ବେଳେ କୋଲକାତାରେ ଏକ ମଣ୍ଡପର ମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଛି । ଏକ ମଣ୍ଡପରେ ଦେବୀ ଦୁର୍ଗାଙ୍କ ପାଦତଳେ ରା୍କ୍ଷସ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପରି ମୂର୍ତ୍ତି ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

durga puja - gandhi

ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ୱାରା ଏହି ମଣ୍ଡପରେ ପୂଜା ଆୟୋଜିତ ହେଉଛି । ବିବାଦ ବଢିବା ପରେ ହିନ୍ଦୁ ମହାସଭାର ଆୟୋଜକମାନେ କହିଥିଲେ ଯେ 'ଏହା କେବଳ ଏକ ସଂଯୋଗ, ଯେଉଁ ରାକ୍ଷସକୁ ମାଆ ବଦ୍ଧ କରୁଛନ୍ତି ତାଙ୍କ ମୁଣ୍ଡରେ କେଶ ନାହିଁ ଏବଂ ତଷମା ପିନ୍ଧିଛନ୍ତି' । ମୂର୍ତ୍ତିର ଚେହେରା ଏବଂ ଗାନ୍ଧିଜୀଙ୍କ ମଧ୍ୟରେ ସମାନତା ବିଷୟରେ ଆଲୋଚନା ହେଉଛି, ଯାହା କେବଳ ଏକ ସଂଯୋଗ ଅଟେ । ଧ୍ୟାନରେ ଦେଖନ୍ତୁ ରାକ୍ଷସ ହାତରେ ଏକ ଢାଲ ଅଛି, କିନ୍ତୁ ଗାନ୍ଧୀ ଜୀ ହାତରେ ବାଡ଼ି ଧରି ଚାଲୁଥିଲେ । କିନ୍ତୁ ସେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।

କିନ୍ତୁ ବିବାଦ ବଢୁଥିବାର ଦେଖି ଗୃହ ମନ୍ତ୍ରଣାଳୟ ପୂଜା ମଣ୍ଡପ ଆୟୋଜକମାନଙ୍କୁ ତୁରନ୍ତ ପ୍ରଭାବରେ ଅସୁରର ଚେହେରା ବଦଳାଇବାକୁ କହିଥିଲେ, ଯାହା ପରେ ଅସୁରର ଚେହେରା ବଦଳାଯା୍ଇଥିଲା । ଏହି ପୂରା ଘଟଣାରେ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି । ଟିଏମଏସି ସମଗ୍ର ଘଟଣାକୁ ତୀବ୍ର ସମାଲୋଚନା କରିଛି ଏବଂ ହିନ୍ଦୁ ମହାସଭାକୁ ଟାର୍ଗେଟ କରିଛି ।

ଟିଏମସି ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ ଏହାକୁ ବିଜେପିର ପ୍ରକୃତ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଏହା ହେଉଛି ବିଜେପିର ବିକୃତ ମାନସିକତା । ସେମାନେ ଗୋଟେ କଥା କୁହନ୍ତି ଏବଂ ଅନ୍ୟ କିଛି କରନ୍ତି । ସେମାନେ କେବଳ ବଡ଼ କାମ କରିବାର ଛଳନା କରନ୍ତି । ଯାହା ଘଟିଛି ତାହା ଭୁଲ, ଏହା ଆମ ଦେଶର ପିତାଙ୍କ ପ୍ରତି ଅପମାନ । ଏହା ବିଜେପିର ଏକ ଘୃଣ୍ୟ ଅପରାଧ, ଯାହାକୁ କ୍ଷମା କରାଯାଇପାରିବ ନାହିଁ ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ରାଜ୍ୟ ୟୁନିଟର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଚୁର ଗୋସ୍ୱାମୀ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ 'କେବଳ ମହାତ୍ମା ଗାନ୍ଧୀ ଦେଶର ସ୍ୱାଧୀନତା ପାଇବା ପାଇଁ ସବୁକିଛି କରିନାହାଁନ୍ତି, ଆମେ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଲୋକଙ୍କୁ ଜଣାଇବାକୁ ଚାହୁଁ' । ତେବେ ଏହି ପ୍ରସଙ୍ଗରେ ହିନ୍ଦୁ ମହାସଭାର ବିରୋଧରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mahatma Gandhi was shown asur in Hindu Mahasabha pandal in Kolkata
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X