ରାଜ ଠାକରେଙ୍କ ଚେତାବନୀ ପରେ ମହାରାଷ୍ଟ୍ର ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ
ସୋମବାର ରାଜ ଠାକରେଙ୍କ ଚେତାବନୀ ପରେ ମହାରାଷ୍ଟ୍ର ଧାର୍ମିକ ସ୍ଥାନଗୁଡିକରେ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ।
ମୁମ୍ବାଇ : କିଛି ଦିନ ପୂର୍ବରୁ, ମସଜିଦରେ ଲାଉଡ ସ୍ପିକର ବନ୍ଦ କରିବାକୁ MNS ମୁଖ୍ୟ ରାଜ ଠାକରେ ଦାବି କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଯଦି ଏହା ବନ୍ଦ ନହୁଏ, ତେବେ ଆମେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଲିସା ପାଠ କରିବୁ ।

ଏହା ପରେ ଏହି ପ୍ରସଙ୍ଗ କେତେକ ସ୍ଥାନରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶର ଲୋକମାନେ ଘର ଉପରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଲିସା ପାଠ କରିବା ଆରମ୍ଭ କରିଥିଲେ । ଏଥି ସହିତ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସମେତ ଅନ୍ୟାନ୍ୟ ସ୍ଥାନରେ ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ଏଥି ସହିତ ସୋମବାର ରାଜ ଠାକରେଙ୍କ ଚେତାବନୀ ପରେ ମହାରାଷ୍ଟ୍ର ଧାର୍ମିକ ସ୍ଥାନଗୁଡିକରେ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ।
ଏହି ନୂତନ ନିୟମ ଅନୁଯାୟୀ, ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ପୂର୍ବରୁ ଗୃହ ବିଭାଗରୁ ଅନୁମତି ନେବାକୁ ପଡିବ । ଗୃହ ବିଭାଗର ଅନୁମତି ବିନା ଲାଉଡ୍ ସ୍ପିକର୍ ଲଗାଯାଇପାରିବ ନାହିଁ । ମହାରାଷ୍ଟ୍ରର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ପାଇଁ ଚେତାବନୀ ଦୋହରାଇବାର ଗୋଟିଏ ଦିନ ପରେ ରାଜ୍ୟ ଗୃହ ବିଭାଗ ସୋମବାର ଦିନ କହିଛି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାରକୁ କେବଳ ଉଚିତ୍ ଅନୁମତି ସହ ଦିଆଯିବ ।












Click it and Unblock the Notifications