Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦାଖଲ କଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏନସିପି ସଭାପତି ଶରଦ ପାୱାରଙ୍କୁ ଭେଟି ସେ ତାଙ୍କ ପଦବୀରେ ରହିହାକୁ ଚାହୁଁନଥିବା କହିଥିଲେ ।

ମୁମ୍ବାଇ : ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସମସ୍ୟା ହ୍ରାସ ହେବାର ନାମ ନେଉନାହାଁନ୍ତି । ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଲଗାତାର ସମାଲୋଚନାର ସମ୍ମୁଖୀନ ହେଉଥିବା ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନିଲ ଦେଶମୁଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ଏହାପୂର୍ବରୁ ଅନିଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ।

Anil-Deshmukh

ଏହି ପରିପ୍ରେକ୍ଷୀରେ ଏନସିପି ନେତା ନବାବ ମଲିକ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏନସିପି ସଭାପତି ଶରଦ ପାୱାରଙ୍କୁ ଭେଟି ସେ ତାଙ୍କ ପଦବୀରେ ରହିହାକୁ ଚାହୁଁନଥିବା କହିଥିଲେ । ଏହା ପରେ ଦଳ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ସେ ତାଙ୍କ ଇସ୍ତଫା ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ । ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇଛନ୍ତି ଏବଂ ଆମେ ଆଶା କରୁଛୁ ଯେ ସେ ଏହି ଇସ୍ତଫା ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀ ମଲିକ ।

ନବାବ ମଲିକ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା ଗ୍ରହଣ କରିବାକୁ ଦଳ ଅନୁରୋଧ କରିଛି । ଏଥି ସହ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁଖମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫା ଦାଖଲ କରିବାକୁ କହିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫା ପତ୍ରରେ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ନୈତିକ ଦୃଷ୍ଟିରୁ ଠିକ୍ ନୁହେଁ ।

ସୂଚନାଯୋଗ୍ୟ, ଆଜି ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପିଟିସନ୍ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ପରମବୀର ସିଂ ଅନିଲ ଦେଶମୁଖଙ୍କ ବିରୋଧରେ ଚାନ୍ଦା ଆଦାୟ କରିବା ପାଇଁ ଟାର୍ଗେଟ୍ ଦେଇଥିବା ନେଇ ଅଭିଯୋଗ କରିବା ସହ ଏ ସମ୍ପର୍କରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଶ୍ରୀ ସିଂଙ୍କ ଅଭିଯୋଗ ପରେ ହିଁ ଅନିଲ ଦେଶମୁଖଙ୍କ ଇସ୍ତଫା ଦାବି ହୋଇଥିଲା । ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ପରେ ସେ ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+