For Quick Alerts
Turn On Notification  
For Daily Alerts
Oneindia App Download

18 ରୁ 44 ବର୍ଷ ନାଗରିକଙ୍କୁ ମାଗଣା ଟିକା ନେଇ ମହାରାଷ୍ଟ୍ର ସରକାରଙ୍କ ଘୋଷଣା

ରାଜ୍ୟର ଉଦ୍ଧବ ଠାକରେ ସରକାର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । 18 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦିଆଯିବା ନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି ।

|

ମୁମ୍ବାଇ : ପ୍ରତ୍ୟେକ ଦିନ ଦେଶର ଅନ୍ୟତମ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ରାଜ୍ୟର ଉଦ୍ଧବ ଠାକରେ ସରକାର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । 18 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦିଆଯିବା ନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି ।

Udhab-Thakre

ବୁଧବାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ କ୍ୟାବିନେଟ୍ ମାଗଣା ଟିକା ଦେବାକୁ ନିଷ୍ପତ୍ତି ନେଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, 18-44 ବର୍ଷ ବୟସ ମଧ୍ୟରେ ସମସ୍ତ ନାଗରିକଙ୍କୁ ମାଗଣାରେ COVID -19 ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଟୀକାକରଣ ପାଇଁ ଆମର ସମସ୍ତ ଭିତ୍ତିଭୂମି ଅଛି କିନ୍ତୁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ନାହିଁ । ବିଭିନ୍ନ ଟିକା ଉତ୍ପାଦନକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଲୋଚନା କରୁଛନ୍ତି । 18-44 ବର୍ଷ ବୟସର ଲୋକଙ୍କ ପାଇଁ ଟୀକାକରଣ କେନ୍ଦ୍ର ଅଲଗା ରହିବ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ମଧ୍ୟରେ ଜାନୁଆରୀ 16 ରେ ସାରା ଦେଶରେ କରୋନା ଟୀକାକରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଯେଉଁଥିରେ ଫ୍ରଣ୍ଟ ଲାଇନ କର୍ମଚାରୀ ଏବଂ ଡାକ୍ତରୀ କର୍ମଚାରୀ ଏବଂ 60 ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ, 45 ବର୍ଷରୁ ଅଧିକ ଲୋକଙ୍କୁ ଟିକା ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ, ମେ 1 ତାରିଖରୁ ସମଗ୍ର ଦେଶରେ 18 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଚାଲିଥିବା ଟୀକାକରଣର ତୃତୀୟ ପର୍ଯ୍ୟାୟ ମେ 1 ତାରିଖରୁ ଆରମ୍ଭ ହେବ । ଯେଉଁଥିରେ 18 ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ମିଳିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Maharashtra Government Will Provide Free Vaccine To People Between 18 to 45
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X