ମହାରାଷ୍ଟ୍ରରେ ଲାଇନଚ୍ୟୁତ ହେଲା ଟ୍ରେନ୍, 3 ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇ 50 ରୁ ଅଧିକ ଆହତ
ଦୁର୍ଘଟଣାରେ ରେଳର ତିନିଟି ବଗି ଲାଇନଚ୍ୟୁତ ହେବା ଫଳରେ 50 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କୁହାଯାଉଛି ଯେ ରାତି ପ୍ରାୟ 2.30 ସମୟରେ ଏହି ଦୁର୍ଘଟଣା ଘଟିଛି ।
ମୁମ୍ବାଇ : ମହାରାଷ୍ଟ୍ରର ଗୋନ୍ଦିଆରେ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ରେଳର ତିନିଟି ବଗି ଲାଇନଚ୍ୟୁତ ହେବା ଫଳରେ 50 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କୁହାଯାଉଛି ଯେ ରାତି ପ୍ରାୟ 2.30 ସମୟରେ ଏହି ଦୁର୍ଘଟଣା ଘଟିଛି ।

ମିଳିଇବା ସୂଚନା ଅନୁସାରେ, ଯାତ୍ରୀବାହୀ ଟ୍ରେନ୍ ସହିତ ମାଲଗାଡ଼ି ଧକ୍କା ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଏହି ଟ୍ରେନ ଛତିଶଗଡର ବିଲାସପୁରରୁ ରାଜସ୍ଥାନର ଯୋଧପୁର ଅଭିମୁଖେ ଯାଉଥିଲା । ଭଗତ କୋଠୀ ମଧ୍ୟରେ ସିଗନାଲ୍ ନ ମିଳିବାରୁ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ବିଲାସପୁର-ଭଗତ କୋଠୀ ଏକ୍ସପ୍ରେସ ଯାତ୍ରୀବାହୀ ଟ୍ରେନ୍ ସବୁଜ ସଙ୍କେତ ପାଇବା ପରେ ଅତିକ୍ରମ କରିଥିଲା । ଗୋନ୍ଦିଆ ପହଞ୍ଚିବା ମାତ୍ରେ ପଛରୁ ଆସୁଥିବା ମାଲଗାଡ଼ି ଧକ୍କା ଦେଇଥିଲା । କୁହାଯାଉଛି ଯେ ଟେକ୍ନିସିଆନ ପକ୍ଷରୁ ସଠିକ୍ ସିଗନାଲ୍ ଅଭାବରୁ ଏହି ଦୁର୍ଘଟଣା ଘଟିଛି। 50 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁଥିରୁ 13 ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।












Click it and Unblock the Notifications