ମହାରାଷ୍ଟ୍ରରେ ଚଳନ୍ତା ବସରେ ଲାଗିଗଲା ନିଆଁ, 26 ଜଣ ଜୀବନ୍ତ ଦଗ୍ଧ, 7 ଆହତ

ମୁମ୍ବାଇ : ମହାରାଷ୍ଚ୍ରରୁ ଏକ ଦୁଃଖଧ ଖବର ସାମ୍ନାକୁ ଆସିଛି । ଏକ ଚଳନ୍ତା ବସରେ ନିଆଁ ଲାଗିଯିବାରୁ 26 ଜଣ ଜୀବନ୍ତ ଜଳି ଯାଇଛନ୍ତି । ବୁଲଧାନାର ଏକ୍ସପ୍ରେସୱେରେ ବସ୍ ରେ ନିଆଁ ଲାଗିଥିଲା । ଏହା ସହ 7 ଜଣ ଆହତ ହୋଇଛନ୍ତି । ଟାୟାର ଫାଟିଯିବା ପରେ ବସ୍‌ଟି ଓଲଟି ପଡିଥିଲା ବୋଲି ବସ୍‌ରେ ନିଆଁ ଲାଗିଯାଇଥିଲା ।

accident

ବୁଲଧାନା ପୋଲିସର ସୂଚନାନୁସାରେ, ବୁଲଧାନା ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ଏକ ବସ୍‌ରେ ନିଆଁ ଲାଗିଯିବା ପରେ 26 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି ।

ଆହତମାନଙ୍କୁ ଚିକିତ୍ସା ପାଇଁ ବୁଲଧାନା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ରାତି ପ୍ରାୟ 2 ଟା ସମୟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ବସରୁ 8 ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଛି । ଡ୍ରାଇଭର ନିରାପଦ ଅଛି ।

0ଡ୍ରାଇଭର କହିଛନ୍ତି ଯେ ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ଫଲରେ ବସ୍ ରେ ନିଆଁ ଲାଗି ଯାଇଥିଲା । ପରେ ଗାଡିର ଡିଜେଲ ଟାଙ୍କିରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ଏବଂ ବାକିମାନେ ବୟସ୍କ ଅଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଏହି ଯାତ୍ରୀବାହୀ ବସ୍ ନାଗପୁରରୁ ପୁଣେ ଯାଉଥିବାବେଳେ ଦୁର୍ଘଟଣା ଘଟିଚି । ସ୍ଥାନୀୟ ଖବର ଅନୁଯାୟୀ ଏହି ବସ୍ ବିଦର୍ଭ ଟ୍ରାଭେଲ୍ସର ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+