ମହାରାଷ୍ଟ୍ର ଏଟିଏସର କାର୍ଯ୍ୟାନୁଷ୍ଠାନ, ନିଷିଦ୍ଧ ସଂଗଠନ PFI ର ଚାରିଜଣ ସଦସ୍ୟ ଗିରଫ
ମହାରାଷ୍ଟ୍ର ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ କୁ ଏକ ବଡ଼ ସଫଳତା ମିଳିଛି । ମହାରାଷ୍ଟ୍ର ଏଟିଏସ୍ ରାୟଗଡ ଜିଲ୍ଲାରେ 20 ଅକ୍ଟୋବର (ଗୁରୁବାର) ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର 4 ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ।
ମୁମ୍ବାଇ : ମହାରାଷ୍ଟ୍ର ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ କୁ ଏକ ବଡ଼ ସଫଳତା ମିଳିଛି । ମହାରାଷ୍ଟ୍ର ଏଟିଏସ୍ ରାୟଗଡ ଜିଲ୍ଲାରେ 20 ଅକ୍ଟୋବର (ଗୁରୁବାର) ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର 4 ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି, 'ସଂଗଠନ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଏହି ଲୋକମାନେ ବୈଠକ କରୁଥିଲେ ।' ଏଥି ସହିତ ଗିରଫ ହୋଇଥିବା ଏହି ଚାରି ଜଣଙ୍କୁ ପଚରାଉଚରା କରାଯାଉଛି, ବୈଠକ କରିବା ପଛରେ ଉଦ୍ଦେଶ୍ୟ କ'ଣ ଥିଲା ସେ ନେଇ ପଚରାଉଚୁରା ଜାରି ରହିଛି ।

ମହାରାଷ୍ଟ୍ର ଏଟିଏସ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ସ୍ଥାନୀୟ ୟୁନିଟ୍ ସେକ୍ରେଟାରୀ ଏବଂ ପିଏଫ୍ଆଇ ସଂଗଠନର ରାଜ୍ୟ ବିସ୍ତାର କମିଟିର ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ପାନଭେଲରୁ ଗିରଫ କରାଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ଏଟିଏସ୍ ପାନଭେଲରେ ଦୁଇଜଣ ପିଏଫ୍ଆଇର ପଦାଧିକାରୀ ଏବଂ କିଛି କର୍ମଚାରୀଙ୍କ ବୈଠକ ସମ୍ପର୍କରେ ସୂଚନା ପାଇଥିଲା । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ତଲାସି ସମୟରେ ଚାରିଜଣ PFI କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଖବର ଅନୁଯାୟୀ, ପଚରାଉଚରା ପରେ ମୁମ୍ବାଇର ଏଟିଏସର କାଲାଚୌକି ବ୍ରାଞ୍ଚରେ ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ଧାରା 10 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ କରାଯାଇଛି । ଏଟିଏସ୍ କହିଛି ଯେ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ସଂଗଠନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲେ । କେବଳ ଏତିକି ନୁହେଁ, ଅନୁସନ୍ଧାନକାରୀ ସଂସ୍ଥା ସମଗ୍ର ଦେଶରେ ଚଢାଉ କରି ପିଏଫଆଇ ସହ ଜଡିତ ଥିବା 250 ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା ।












Click it and Unblock the Notifications