Madurai Train fire: ଟ୍ରେନ୍ ଅଗ୍ନିକାଣ୍ଡରେ ବଢିଲା ମୃତ୍ୟୁ ସଂଖ୍ୟା, 10 ଜଣ ଯାତ୍ରୀଙ୍କ ମୃତ୍ୟୁ
Madurai Train fire: ମଦୁରାଇ ଟ୍ରେନ୍ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହୋଇଛି । ଲକ୍ଷ୍ନୌରୁ ରାମେଶ୍ୱରାମ ଅଭିମୁଖେ ଯାଉଥିବା ଟ୍ରେନର ପର୍ଯ୍ୟଟକ କୋଚରେ ନିଆଁ ଲାଗିବା ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିସହ 20 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶନିବାର ସକାଳ 5.15 ସମୟରେ ଟ୍ରେନ ମଦୁରାଇ ୟାର୍ଡ ଜଙ୍କସନରେ ଅଟକି ରହିଥିବା ବେଳେ ଟ୍ରେନର ପର୍ଯ୍ୟଟକ କୋଟରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, କିଛି ଯାତ୍ରୀ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଉଥିଲେ । ଏହା ଦ୍ୱାରା ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି ।
ଏ ନେଇ ସୂଚନା ଦେଇ ଦକ୍ଷିଣ ରେଳ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ କୋଚର କୌଣସି କ୍ଷତି ହୋଇନାହିଁ । ଏଥି ସହିତ ଟ୍ରେନର ପର୍ଯ୍ୟଟକ କୋଟ୍ ମଧ୍ୟରେ ନିଆଁ ଲାଗିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଏହି ସମୟରେ ଏହାର ପାଖ ଟ୍ରାକରେ ଏକ ଟ୍ରେନ୍ ମଧ୍ୟ ଯାଉଛି । ଟ୍ରେନରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଦକ୍ଷିଣ ରେଳ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଟ୍ରେନରେ କିଛି ଲୋକ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିଲେ, ଯେଉଁଥିପାଇଁ ନିଆଁ ଲାଗିଯାଇଥିଲା । ରେଳ ନିୟମ ଅନୁଯାୟୀ, ରେଳ କୋଚ ଭିତରେ କୌଣସି ଜ୍ୱଳନ୍ତ ସାମଗ୍ରୀ ବହନ କରିବା ସମ୍ପୂର୍ଣ୍ଣ ନିଷେଧ । ନିଆଁ ଲାଗିଥିବା କୋଚ୍ ଏକ ଘରୋଇ କୋଚ୍ ଥିଲା । ଏହି କୋଚ୍ 25 ଅଗଷ୍ଟ ଶୁକ୍ରବାର ଦିନ ନାଗେରକୋଏଲ୍ ଜଙ୍କସନରେ ସଂଲଗ୍ନ କରାଯାଇଥିଲା ।
କଫି ତିଆରି କରିବା ପାଇଁ ଗ୍ୟାସ୍ ଚୁଲା ଜଳାଇଲେ, ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେଲାଇଥିଲା । ଏହି ଅଗ୍ନିକାଣ୍ଡରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ଅନ୍ୟ 20 ଜଣ ଆହତଙ୍କୁ ମଦୁରାଇର ସରକାରୀ ରାଜଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ରେଳବାଇ ମଦୁରାଇ ରେଳ ଷ୍ଟେସନରେ ଟ୍ରେନ୍ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି ।












Click it and Unblock the Notifications