ମଦୁରାଇ ବାଣ କାରଖାନାରେ ବିସ୍ଫୋରଣ, 5 ଜଣଙ୍କର ମୃତ୍ୟୁ, 13 ଜଣ ଆହତ
ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ 5 ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ବିସ୍ଫୋରଣରେ 13 ଜଣ ଗୁରୁତର ଆହତ ହୋଇ ସରକାରୀ ରାଜାଜୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ମଦୁରାଇ : ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ 5 ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ବିସ୍ଫୋରଣରେ 13 ଜଣ ଗୁରୁତର ଆହତ ହୋଇ ସରକାରୀ ରାଜାଜୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭୟଙ୍କର ବିସ୍ଫୋରଣ ପରେ ଆତସବାଜି କାରଖାନା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ।

ସୂଚନାନୁସାରେ, ମଦୁରାଇ ଜିଲ୍ଲାର ଉସିଲମପଟ୍ଟୀ ନିକଟ ଅଝାଗୁସାଇରାଇ ଗ୍ରାମରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ବିସ୍ଫୋରଣରେ ମୃତକ 5 ଜଣ ଶ୍ରମିକ ବୋଲି କୁହାଯାଉଛି । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଉଦ୍ଧାର କାର୍ଯ୍ୟ ସମୟରେ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏନେଇ ଅଧିକ ଯାଞ୍ଚ ଚାଲିଛି ଏବଂ ବିସ୍ଫୋରଣ ପଛର କାରଣ ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।












Click it and Unblock the Notifications