ନିର୍ବାଚନ ଆୟୋଗକୁ ମାଡ୍ରାସ ହାଇକୋର୍ଟଙ୍କ କଡ଼ା ତାଗିଦ୍ ; କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଦାୟୀ
ଭାରତର ନିର୍ବାଚନ କମିଶନକୁ ତାଗିଦ୍ କଲେ ମାଡ୍ରାସ ହାଇକୋର୍ଟ । କହିଲେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ ।
ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିଶନକୁ ତାଗିଦ୍ କଲେ ମାଡ୍ରାସ ହାଇକୋର୍ଟ । କହିଲେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ ଟିପ୍ପଣି କଲେ ହାଇକୋର୍ଟ । ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଏକ ଶୁଣାଣି ସମୟରେ କହିଛନ୍ତି ଯେ ହତ୍ୟା ଅଭିଯୋଗରେ ନିର୍ବାଚନ ଆୟୋଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ଉଚିତ ।

କୋର୍ଟ ମାମଲାର ୱେବସାଇଟ୍ ଲାଇଭ୍ ଲ ଅନୁଯାୟୀ ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଭାରତର ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପାଇଁ ଆପଣଙ୍କ ଅନୁଷ୍ଠାନ ଦାୟୀ । ମାଡ୍ରାସ ହାଇକୋର୍ଟ ଚେତାବନୀ ଦେଇଛି ଯେ ଯଦି ଆସନ୍ତା 2 ତାରିଖ ଦିନ କରୋନା ପ୍ରୋଟୋକଲକୁ ପାଳନ କରିବା ପାଇଁ ଆୟୋଗ ସଠିକ୍ ଯୋଜନା ନକରନ୍ତି ତେବେ ଭୋଟ୍ ଗଣନା ଉପରେ ପ୍ରତିବନ୍ଧକ ଲଗାଯିବ ।
ହାଇକୋର୍ଟର ପ୍ରଧାନ ବିଚାରପତି ଇଲେକସନ କମିଶନରଙ୍କୁ କହିଛନ୍ତି, 'ଲୋକଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଚିନ୍ତାଜନକ ଯେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଏଭଳି କଥା ମନେରଖିବାକୁ ପଡ଼ିବ । ଜଣେ ବ୍ୟକ୍ତି ବଞ୍ଚିବା ପରେ ହିଁ ସେ ତାଙ୍କର ଗଣତାନ୍ତ୍ରିକ ଅଧିକାରର ଲାଭ ଉଠାଇବାକୁ ସମର୍ଥ ହେବେ ।
ପ୍ରଧାନ ବିଚାରପତି କହିଛନ୍ତି ଯେ 'ପରିସ୍ଥିତି ବର୍ତ୍ତମାନ ବଞ୍ଚିବା ଏବଂ ସୁରକ୍ଷିତ ରହିବା । ଏହା ପରେ ସବୁକିଛି ଆସେ । ଶୁଣାଣି ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ପରାମର୍ଶ କରିବା ପରେ, ଏପ୍ରିଲ୍ 30 ରେ ଗଣନା ଦିନ COVID ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ଯୋଜନା ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି ଆୟୋଗଙ୍କୁ ପଚାରିଥିଲେ, ଯେତେବେଳେ ନିର୍ବାଚନ ରାଲି ଅନୁଷ୍ଠିତ ହୋଇଥିଲା ସେତେବେଳେ ଆପଣ ଅନ୍ୟ କୌଣସି ଗ୍ରହରେ ଥିଲେ କି ? ଏଭଳି ପ୍ରଶ୍ନ କରି ତାଗିଦ କରିଛନ୍ତି ମାଡ୍ରାସ ହାଇକୋର୍ଟ।
ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍ ଆର୍ ବିଜୟଭାସ୍କର କରିଥିବା ଆବେଦନର ରାୟ ଶୁଣାଇ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି । ବିଜୟଭାସ୍କର ଆବେଦନ କରିଥିଲେ କି, କରୁର ନିର୍ବାଚନ ମଣ୍ଡଳୀରେ 77 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ମେ 2ରେ ହେବାକୁ ଥିବା ଭୋଟ୍ ଗଣନାରେ କଟକଣା ସହ ନିରପେକ୍ଷତା ବଜାୟ ରଖିବା ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିସନ୍କୁ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ।












Click it and Unblock the Notifications