ସିଦ୍ଧି ବସ୍ ଦୁର୍ଘଟଣା : ବର୍ତ୍ତମାନ ସୁଦ୍ଧା 42 ମୃତଦେହ ଉଦ୍ଧାର, କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବସ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସିଦ୍ଧି ଜିଲ୍ଲାପାଳ ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି, ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 42 କୁ ବୃଦ୍ଧି ପାଇଛି ।

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସିଦ୍ଧିରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ ଗୁରୁତର ଆହତଙ୍କୁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି । ଏହି ବସ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସିଦ୍ଧି ଜିଲ୍ଲାପାଳ ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି, ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 42 କୁ ବୃଦ୍ଧି ପାଇଛି ।

sidhi-bus-accident

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ସିଦ୍ଧିରୁ ସତନା ଅଭିମୁଖେ ଯାଉଥିବା ଏକ ବସ୍ ଭାରସାମୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା । ଏହି ବସରେ ମୋଟ ଜଣଯାତ୍ରୀ ଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଛି |

ମୁଖ୍ୟମନ୍ତ୍ରୀ ନିବାସରେ ପରିବହନ ମନ୍ତ୍ରୀ ଗୋବିନ୍ଦ ରାଜପୁତ ପହଞ୍ଚି ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଆଲୋଚନା କରୁଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ତାଙ୍କର ଆସନ୍ତାକାଲିର ସମସ୍ତ କାର୍ଯ୍ୟକ୍ରମ ପାଇଁ ସ୍ଥଗିତ ରଖିଛନ୍ତି । ଆସନ୍ତାକାଲି ଦାମୋହରେ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

ଦ୍ୱିପହର ପର୍ଯ୍ୟନ୍ତ 42 ମୃତଦେହ ଉଦ୍ଧାର
ମଙ୍ଗଳବାର ସକାଳ ପ୍ରାୟ 7.30 ସମୟରେ ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର ରାମପୁରର ନୌକିନ୍ ଅଞ୍ଚଳର ନିକଟରେ 54 ଯାତ୍ରୀଙ୍କୁ ନେଇ ଯାଉଥିବା ବସ ଭାରସମ୍ୟ ହରାଇ ବାଣସାଗରଲ କେନାଲକୁ ଖସିପଡ଼ିଥିଲା । ଦିନ ଦ୍ୱିପହର ପର୍ଯ୍ୟନ୍ତ 42ଟି ମୃତଦେହ ଉଦ୍ଧାର କରାଯାଇଛି । ଛ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଡ୍ରାଇଭର ନିଜେ ପହଁରି ପଳେଇ ଆସିଥଲେ । ଅବଶିଷ୍ଟ ଲୋକ ଏବେ ବି ନିଖୋଜ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ SDRF ଦଳ ଖୋଜୁଛନ୍ତି । ଏକ କ୍ରେନ୍ ସାହାଯ୍ୟରେ ବସକୁ ବାହାର କରାଯାଇଛି । ଅବହେଳା ଅଭିଯୋଗରେ ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ କରି କହିଛନ୍ତି ମନ୍ତ୍ରୀ ତୁଲସୀ ସିଲାଭାଟ ଏବଂ ରାମଖେଲାଭାନ ପଟେଲ ତୁରନ୍ତ ଘଟଣାସ୍ଥଳକୁ ଯାଉଛନ୍ତି । ଏହି ଦୁର୍ଘଟଣାରେ ଆମର ଯେଉଁ ଭାଇ ଓ ଭଉଣୀମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ଲୋକଙ୍କୁ 5ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇଦିଆଯିବ । ସମସ୍ତଙ୍କୁ ଧର୍ଯ୍ୟ ରଖିବାକୁ ନିବେଦନ କରିବା ସହ ସମଗ୍ର ରାଜ୍ୟବାସୀ ଆପଣଙ୍କ ସହ ଅଛନ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+