ମଧ୍ୟପ୍ରଦେଶ ମନ୍ଦିର କୂଅ ଭୁଶୁଡ଼ିବା ଘଟଣା, ସଙ୍କଟ ମୋଚନ ସାଜି ଉଦ୍ଧାର କଲେ ଅବଦୁଲ୍ ମାଜିଦ୍

ଭୋପାଳ : ମଧ୍ୟପ୍ରଦେଶର ଇନ୍ଦୋରରେ ବେଲେଶ୍ୱର ମହାଦେବ ମନ୍ଦିରରେ ହୋଇଥିବା ଦୁର୍ଘଟଣାରେ 36 ଜଣଙ୍କର ମୃତ୍ୟୁ ହୋଇଛି । 18 ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାମ ନବମୀ ଦିନ ଘଟିଥିବା ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ବେଲେଶ୍ୱର ମହାଦେବ ଝୁଲ୍ଲେଲାଲ ମନ୍ଦିରରେ କୂଅ ଉପର ଛାତ ଭୁଶୁଡ଼ିବା ଫଳରେ ଏହି ବଡ ଦୁର୍ଘଟଣା ଘଟିଛି ।
ଇନ୍ଦୋର ଦୁର୍ଘଟଣାର ଭୟଙ୍କର ଚିତ୍ର ସୋଶାଲ ମିଡିଆରେ ଆସିବା ପରେ ଲୋକଙ୍କ ଆଖିରେ ଲୁହ ଆଣିଦେଇଛି । ଅବଦୁଲ ମଜିଦ୍ ଫାରୁକିଙ୍କ କାହାଣୀ ସୋଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁର୍ଘଟଣାରେ ପୀଡ଼ିତମାନଙ୍କୁ ଉଦ୍ଧାର କରିବାକୁ ସଙ୍କଟ ମୋଟନ ସାଜିଥିଲେ ଅବଦୁଲ୍ ମାଜିଦ୍ ।
ସିଭିଲ୍ ଡିଫେନ୍ସ କର୍ମୀ ଅବଦୁଲ୍ ମଜିଦ୍ ଫାରୁକି କହିଛନ୍ତି ଯେ ଇନ୍ଦୋରର ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ସେ ଘଟଣା ବିଷୟରେ ଜାଣିବା କ୍ଷଣି ସେ ଦୌଡି ଆସିଥିଲେ । ସେ କହିଥିଲେ ଯେ ତାଙ୍କର ରୋଜା (ଉପବାସ) ଚାଲିଛି କିନ୍ତୁ ଏହାକୁ ଖାତିର ନକରି ଲୋକଙ୍କ ଜୀବନ ରକ୍ଷା କରିବା ତାଙ୍କର ପ୍ରଥମ ପ୍ରାଥମିକତା ଥିଲା ।
ଅବଦୁଲ ମାଜିଦ୍ ଫାରୁକ୍ ଆଜ୍ ତକ୍ ସହ କଥାବାର୍ତ୍ତା କରି କହିଛନ୍ତି, "ମୁଁ ସକାଳ 11:30 ସମୟରେ ବଗିଚାରେ ଥିଲି, ସେତେବେଳେ ମନ୍ଦିରରେ ଚିତ୍କାର ଶୁଣିଲି । ଘଟଣା ବିଷୟରେ ଜାଣିବା ମାତ୍ରେ ମୁଁ ଦୌଡ଼ି ଆସିଲି । ସେତେବେଳେ ଆମ ସହିତ ଅନେକ ସିଭିଲ୍ ଡିଭେନ୍ସ କର୍ମୀ ଉପସ୍ଥିତ ଥିଲେ । ପୋଲିସ ଆସିବା ଆଗରୁ ଆମେ ସେଠାରେ ପହଞ୍ଚିଥିଲୁ, ସେଠାରେ ବହୁତ ଭିଡ ଥିଲା, କିନ୍ତୁ ଆମେ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ ।
ଅବଦୁଲ ମଜିଦ୍ ଫାରୁକି କହିଛନ୍ତି, 'ଯେତେବେଳେ ମୁଁ ଘଟଣାସ୍ଥଳରେ ପହଞ୍ଚିଲି, ସେଠାରେ ଭିଡ଼ ଲାଗି ରହଥିଲା । ଲୋକାନେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ । ମୋର କଲୋନୀରୁ ଅନେକ ଲୋକ ସେଠାରେ ଥିଲେ । ଆମେ ସେଠାରେ ପୋଲିସକୁ ଅପେକ୍ଷା ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ । ଆମର ସିଭିଲ୍ ଡିଫେନ୍ସ ଦଳ ନିରନ୍ତର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଆମେ ପ୍ରାୟ 12 ରୁ 13 ଜଣଙ୍କ ଜୀବନ ରକ୍ଷା କରିଥିଲୁ ।
ଅବଦୁଲ ମଜିଦ୍ ଫାରୁକି ଆହୁରି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ କରିବାବେଳେ ସେ ରୋଜା ଭାଙ୍ଗିବା କଥା ମଧ୍ୟ ଭୁଲିଯାଇଥିଲେ । ଅବଦୁଲ ମାଜିଦ୍ ଫାରୁକି ଏହି ଘଟଣା ବିଷୟରେ କହିବା ବେଳେ ଭାବପ୍ରବଣ ହୋଇପଡ଼ିଥିଲେ ।












Click it and Unblock the Notifications