Get Updates
Get notified of breaking news, exclusive insights, and must-see stories!

ମେଡ୍ ଇନ୍ ଇଣ୍ଡିଆ ତୋପରେ ତ୍ରିରଙ୍ଗାକୁ ସଲାମ୍

ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପାକା ଉତ୍ତୋଳନ କରିଛନ୍ତି ସତ କିନ୍ତୁ ପ୍ରଥମ ଥର ପାଇଁ ଜାତୀୟ ପତାକା କୁ ସ୍ୱଦେଶୀ ତୋପରେ ସଲାମୀ ଦିଆଯାଇଛି ।

ନୂଆଦିଲ୍ଲୀ : ଆଜି ସାରା ଦେଶ 76 ତମ ସ୍ୱାଧନତା ଦିବସ ପାଳ କରୁଛି । ଏହି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅନେକ ରୂପରେ ଭିନ୍ନ ରହିଛି । ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପାକା ଉତ୍ତୋଳନ କରିଛନ୍ତି ସତ କିନ୍ତୁ ପ୍ରଥମ ଥର ପାଇଁ ଜାତୀୟ ପତାକା କୁ ସ୍ୱଦେଶୀ ତୋପରେ ସଲାମୀ ଦିଆଯାଇଛି ।

made in india canon

ସ୍ୱାଧୀନତାର 75 ବର୍ଷ ପୂରଣ ହେତୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଲାଲକିଲ୍ଲାରୁ ସାରା ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତାର 75 ବର୍ଷ ପରେ ଆମ କାନ ଯେଉଁ ଆବାଜ ଶୁଣିବାକୁ ଇଚ୍ଛା କରୁଥିଲା, ଆଜି 75 ବର୍ଷ ପରେ ସେହି ଆବାଜ ଶୁଣିବାକୁ ମିଳିଛି । 75 ବର୍ଷ ପରେ, ପ୍ରଥମ ଥର ପାଇଁ, ଲାଲକିଲ୍ଲାରେ ତ୍ରିରଙ୍ଗାକୁ ସ୍ୱଦେଶୀ ତୋପ ଦ୍ୱାରା ସଲାମୀ ଦିଆଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ମୁଁ ଦେଶର ସେନାର ସୈନିକମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋର ଆତ୍ମନିର୍ଭରଶୀଳ ବାର୍ତ୍ତାକୁ ଏକ ସଂଗଠିତ ରୂପରେ, ସାହସ ରୂପରେ, ଯେଉଁ ଦାୟିତ୍ୱ ସହିତ ସୈନିକ ଏବଂ ସାମରିକ ହିରୋମାନେ ସମ୍ପର୍ଣ୍ଣ କରିଛନ୍ତି ସେମାନଙ୍କୁ ସାଲ୍ୟୁଟ୍ କରୁଛି । ଏହା ସହିତ ଦେଶକୁ ଆହୁରି ଆତ୍ମନିର୍ଭର ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଏହା ବ୍ୟତୀତ ଅଭିଭାଷଣରେ ମୋଦୀ କହିଛନ୍ତି, ଆମର ପ୍ରୟାସ ଯେ ଯେଉଁମାନେ ଦେଶ ଲୁଟିଛନ୍ତି ସେମାନଙ୍କୁ ମଧ୍ୟ ଫେରାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ମୁଁ ପରିବାରବାଦ ବିଷୟରେ କହୁଛି ଲୋକମାନେ ଭାବନ୍ତି ଯେ ମୁଁ କେବଳ ରାଜନୀତି ବିଷୟରେ କହୁଛି । ନା, ଦୁର୍ଭାଗ୍ୟବଶତଃ ରାଜନୈତିକ କ୍ଷେତ୍ରରେ ଏହି ପ୍ରକ୍ରିୟା ଭାରତର ପ୍ରତ୍ୟେକ ଅନୁଷ୍ଠାନରେ ପରିବାରବାଦକୁ ପ୍ରଶ୍ରୟ ଦେଇଛି । ଏହି ପରିବାରବାଦ ବିରୋଧରେ ଆମକୁ ଲଢିବାକୁ ହେବ ବୋଲି କହିଛନ୍ତି ମୋଦୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+