ଉତ୍କୃଷ୍ଟ ଓ ଗୁଣାତ୍ମକ ଚିକିତ୍ସା ଯୋଗାଉଛି ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ

LV Prasad ଚକ୍ଷୁ ପ୍ରତିଷ୍ଠାନ ବ୍ୟାପକ ରୋଗୀ ସେବା, ଦୃଷ୍ଟି ଶକ୍ତି ବୃଦ୍ଧି ଏବଂ ପୁନର୍ବାସ ସେବା ପ୍ରଦାନ କରିଥାଏ । ଲୋକମାନଙ୍କର ଚକ୍ଷୁ ରୋଗ ଦୂର କରିବା ସହ ସବୁ ବର୍ଗର ଲୋକଙ୍କୁ ସୁସ୍ଥ ଦୃଷ୍ଟି ଚିକିତ୍ସା ଯୋଗାଇଦେବା ଦିଗରେ ଏହି ପ୍ରତିଷ୍ଠାନର ଲକ୍ଷ୍ୟ ରହିଛି ।

ହାଇଦ୍ରାବାଦ : ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ବିତରଣ ପ୍ରଣାଳୀ ବିଭିନ୍ନ ଦିଗରେ ପ୍ରତିଦିନ ବଢୁଥିବା ସମସ୍ୟାର ସମ୍ମୁଖୀନ ହେଉଛି । ଏଥି ମଧ୍ୟରେ ହାଇଦ୍ରାବାଦ ଚକ୍ଷୁ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ହାଇଦ୍ରାବାଦର ମଧୁପୁର ସ୍ଥିତ LV Prasad ଚକ୍ଷୁ ପ୍ରତିଷ୍ଠାନ ସମାଜର ସମସ୍ତ ବର୍ଗଙ୍କୁ ଗୁଣାତ୍ମକ ଚକ୍ଷୁ ଚିକିତ୍ସା ଚିକିତ୍ସା ଯୋଗାଉଛି । 1987 ରେ ପ୍ରତିଷ୍ଠା ହୋଇଥିବା 34 ବର୍ଷର ପ୍ରତିଷ୍ଠାନ ମୁଖ୍ୟତଃ ତିନୋଟି "ଇ" ଉପରେ ପ୍ରାଧାନ୍ୟ ଦେଇଆସୁଛି । ଯାହାକି, Equity, Efficiency and Excellence ।

LV-Prasad

ଇକ୍ୱିଟି (Equity)ସୂଚାଉଛି, ପ୍ରତିଷ୍ଠାନ ସମସ୍ତ ବର୍ଗର ରୋଗୀଙ୍କୁ ସମାନ ତଥା ଗୁଣାତ୍ମକ ଚିକିତ୍ସା ଯୋଗାଇବା ନେଇ ପ୍ରତିଶୃତିବଦ୍ଧ । ସେହିପରି ସର୍ବୋତ୍ତମ ଉପଲବ୍ଧ ଉପକରଣ, ପ୍ରଯୁକ୍ତିବିଦ୍ୟା ବ୍ୟବହାର, ଅନୁସନ୍ଧାନର ଫଳାଫଳକୁ କ୍ଲିନିକାଲ ଅଭ୍ୟାସରେ ଅନୁବାଦ କରିବା ଏବଂ ଆବଶ୍ୟକତା ଅନୁଯାୟୀ ନୀତି ପରିବର୍ତ୍ତନ କରିବାରେ ଦକ୍ଷତା ରଖିଛି ବୋଲି Efficiency ସୂଚାଇଥାଏ । ଏହା ବ୍ୟତୀତ Excellence ଦ୍ୱାରା ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ଚାରିଟି ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଅବସ୍ଥିତ ସମସ୍ତ ଡାକ୍ତରଖାନାଗୁଡ଼ିକରେ LVPEI ଏହାର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ।

LV Prasad ଚକ୍ଷୁ ପ୍ରତିଷ୍ଠାନ ବ୍ୟାପକ ରୋଗୀ ସେବା, ଦୃଷ୍ଟି ଶକ୍ତି ବୃଦ୍ଧି ଏବଂ ପୁନର୍ବାସ ସେବା ପ୍ରଦାନ କରିଥାଏ । ଲୋକମାନଙ୍କର ଚକ୍ଷୁ ରୋଗ ଦୂର କରିବା ସହ ସବୁ ବର୍ଗର ଲୋକଙ୍କୁ ସୁସ୍ଥ ଦୃଷ୍ଟି ଚିକିତ୍ସା ଯୋଗାଇଦେବା ଦିଗରେ ଏହି ପ୍ରତିଷ୍ଠାନର ଲକ୍ଷ୍ୟ ରହିଛି ।

ଆର୍ଥିକ ଦୁର୍ବଳ ଥିବା ରୋଗୀ ମାନଙ୍କ ମଧ୍ୟରୁ 50 ପ୍ରତିଶତ ଲୋକଙ୍କୁ LVPEI ବିନା ଦେୟ ବର୍ଗରେ ଚିକିତ୍ସା ପ୍ରଦାନ କରୁଛି । ବର୍ଷ ବର୍ଷ ଧରି, ବଦାନ୍ୟ ବ୍ୟକ୍ତିବିଶେଷ, କର୍ପୋରେଟ୍ ଏବଂ PSU ର ସହାୟତା ହେତୁ ହଜାର ହଜାର ଲୋକ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି । ଓଡ଼ିଶା, ଟେଲିଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଥିବା ପ୍ରତିଷ୍ଠାନରେ 4 ଟି ଟରସିଆରି, 20 ସେକେଣ୍ଡାରୀ, 200ରୁ ଅଧିକ ଭିଜନ୍ ସେଣ୍ଟରରେ ବିନା ଦେୟ ବର୍ଗରେ ମୋତିଆବିନ୍ଦୁରୁ କର୍କଟ ରୋଗରେ ପିଡ଼ିତ ଥିବା ରୋଗୀଙ୍କ ମଧ୍ୟରୁ 50% ରୋଗୀଙ୍କୁ ଚିକିତ୍ସା କରାଯାଇଛି ।

LV Prasad ଚକ୍ଷୁ ପ୍ରତିଷ୍ଠାନ ଦ୍ୱାରା ଦିଆଯାଉଥିବା ସୁବିଧାର ତାଲିକା :

  • ଲାଭ ପାଇଁ ନୁହେଁ ବରଂ ଲକ୍ଷ୍ୟ ସାଧନ ପାଇଁ ସେବାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଉଛି । ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ 50% ଆର୍ଥିକ ଦୁର୍ବଳ ଥିବା ଶ୍ରେଣୀର ।
  • ସର୍ଜିକାଲ ଚିକିତ୍ସା ସହ ଜରୁରିକାଳୀନ ସେବା
  • ରୋଗୀମାନଙ୍କୁ ଘରେ ରହି ଯତ୍ନ ନେବା ପାଇଁ ଟେଲି କନସଲଟେସନ୍ ସୁବିଧା
  • କମ୍ ମୂଲ୍ୟ, OS ଭିଜର୍ (ପ୍ରୋଟେକ୍ଟିଭ୍ ଫେସ୍-ଗିଅର୍) ଏବଂ ଭେଣ୍ଟିଲେଟର ସୁବିଧା
  • ଦୃଷ୍ଟି ଶକ୍ତି ଦୁର୍ବଳତା ଏବଂ ଅନ୍ଧ ଥିବା ଲୋକଙ୍କ ପାଇଁ ପୁନର୍ବାସ ଯତ୍ନ
  • ନଗର ଡାକ୍ତରଖାନାରେ ନବଜାତ ଶିଶୁଙ୍କ ପାଇଁ ଆଖି ସ୍କ୍ରିନିଂ
  • 2900 ସଦସ୍ୟ / କର୍ମଚାରୀ, ଚାକିରି ହରାଇବା ଏବଂ ଦରମା ହ୍ରାସ ବିନା ନିରନ୍ତର ସେବା ଯୋଗାଉଛି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+