ଲୁଧିଆନା ଗ୍ୟାସ୍ ଲିକ୍ ଘଠଣା, 11 କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ମୃତକଙ୍କ ମଧ୍ୟରେ ତିନି ଶିଶୁ

ଲୁଧିଆନା ଗ୍ୟାସ୍ ଲିକ୍ : ପଞ୍ଜାବର ଲୁଧିଆନାର ଗ୍ୟାସପୁରା ଅଞ୍ଚଳର ଶେରପୁର ଚକ୍ ନିକଟରେ ଅବସ୍ଥିତ କାରଖାନାରେ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଛି । ବର୍ତ୍ତମାନ ସୁଦ୍ଧା 11 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଅଚେତ ଅବସ୍ଥାରେ ଅଛନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ ପିଲା ଅଛନ୍ତି ।
ଘଟଣାସ୍ଥଳରେ ଅନ୍ୟ ଲୋକ ଫସିର ରହିଥିବାର ଆଶଙ୍କା କରାଯାଉଛି । ଏପରିକି ଅନ୍ୟ କେତେ ଲୋକ ଚେତାଶୂନ୍ୟ ହୋଇପଡ଼ିଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।
ରିପୋର୍ଟ ଅନୁଯାୟୀ, ନିକଟସ୍ଥ ଏକ ଦୋକାନରୁ ଗ୍ୟାସ୍ ଲିକ୍ ହୋଇଥିଲା । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ କୋଲ୍ଡଡ୍ରିଙ୍କ ଷ୍ଟୋର, ପାନ ଦୋକାନ, ଏକ ଖାଦ୍ୟ ଦୋକାନ ଏବଂ ଏକ ମେଡିକାଲ କ୍ଲିନିକ୍ ର ବ୍ଲକରୁ ଗ୍ୟାସ୍ ଲିକ୍ ହୋଇଛି ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନିକଟସ୍ଥ ୟୁନିଟ୍ ଦ୍ୱାରା ସ୍ୱେରେଜ୍ ଭିତରକୁ ଏକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥିଲା ଯାହା ଗ୍ୟାସ୍ ସହିତ ମିଶ୍ରିତ ହୋଇ ନିର୍ଗତ ହେବା ଫଳରେ ମୃତ୍ୟୁ ହୋଇଥିଲା ।
ଲୁଧିଆନାରେ ଗ୍ୟାସ୍ ଲିକ୍ ସମ୍ପର୍କରେ ଡେପୁଟି କମିଶନର ସୁରଭି ମଲିକ୍ କହିଛନ୍ତି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ 11 ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି । ମ୍ୟାନହୋଲରେ ମିଥେନ ସହିତ କିଛି ରାସାୟନିକ ପ୍ରତିକ୍ରିୟା ଘଟିଥିବାର ଆଶଙ୍କା କରାଯାଉଛି । ତେଣୁ ଏହି ଗ୍ୟାସ୍ ଲିକ୍ ହୋଇଥାଇପାରେ । ଘଟଣାର ଯାଞ୍ଚ ଚାଲିଛି ।
ପୋଲିସ କମିଶନର ମନଦୀପ ସିଂହ ସିଦ୍ଧୁ କହିଛନ୍ତି ଯେ ଶ୍ୱାସରୁଦ୍ଧ ହେତୁ କୌଣସି ମୃତ୍ୟୁ ହୋଇ ନାହିଁ କିନ୍ତୁ ଗ୍ୟାସ ମସ୍ତିଷ୍କକୁ ପ୍ରଭାବିତ କରିଛି । ମୃତ୍ୟୁ ହୋଇଥିବା ସ୍ଥାନ ନିକଟରେ ଥିବା ରାସ୍ତାରେ ଏକ ମ୍ୟାନହୋଲ କଭର ଭାଙ୍ଗିଯାଇଥିବା ଏବଂ କଳା ପଡି ଯାଇଥିବା ଦେଖିବାକୁ ମିଳିଥିଲା । ସେହି ମ୍ୟାନହୋଲରୁ ଗ୍ୟାସ୍ ଲିକ୍ ହୋଇଥିବାର ସନ୍ଦେହ କରାଯାଉଛି ।
ପଞ୍ଜାବ ପୋଲିସ ଏହି ଅଞ୍ଚଳକୁ ସିଲ୍ କରିଛି । ସେଠାରେ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।












Click it and Unblock the Notifications