ଲକ୍ଷ୍ନୌରେ ଘର ଭୁଶୁଡ଼ି 3 ଜଣଙ୍କର ମୃତ୍ୟୁ, ଅତଡ଼ା ତଳେ ଫସି ରହିଛନ୍ତି 5 ଲୋକ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ୱଜିର ହସନ ରୋଡରେ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିବା ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଏବେବି ଅତଡ଼ା ତଳେ 5 ଜଣ ଫସି ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Lucknow Building collapse

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ୱଜିର ହସନ ରୋଡରେ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିବା ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଏବେବି ଅତଡ଼ା ତଳେ 5 ଜଣ ଫସି ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଘର ଭୁଶୁଡ଼ିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଏ ପ୍ରସଙ୍ଗରେ ଡିଜିପି ଡିଏସ୍ ଚୌହାନ କହିଛନ୍ତି ଯେ ଅତଡ଼ା ତଳେ ପାଞ୍ଚ ଜଣ ଫସି ରହିଛନ୍ତି । ସେମାନଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଏହି ସମସ୍ତ ଲୋକ ଗୋଟିଏ କୋଠରୀରେ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହିତ ଯୋଗାଯୋଗରେ ଅଛୁ । ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବ ।

ଡିଜିପି କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି, ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ପରି ମନେହେଉଛି । 5.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହେବା ଫଳରେ ଏହି କୋଠା ଭୁଶୁଡ଼ିଥାଇପାରେ ବୋଲି କୁହାଯାଉଛି ।

ୱାଜିର ହସନ ରୋଡରେ ଥିବା ଆଲିଆ ଆପାର୍ଟମେଣ୍ଟ ମଙ୍ଗଳବାର ଦିନ 6.46 ରେ ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ 30 ଜଣ ବିଲ୍ଡିଂର ଅତଡ଼ା ତଳେ ଫସି ରହିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଏଠାରେ ପହଞ୍ଚିଥିଲେ । ବ୍ଲଡ ବ୍ୟାଙ୍କକୁ ସତର୍କ କରାଯାଇଥିଲା । ମାଟି ଅତଡ଼ାକୁ ହଟାଇବାକୁ ଉଦ୍ୟମ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା 14 ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଦୁଇ ଜଣ କେଜିଏମୟୁ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଜଣେ ଶିଶୁର ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଏହି ଘଟଣା ପରେ ସପା ବିଧାୟକ ସହିଦ ମଞ୍ଜୁରଙ୍କ ପୁଅ ନୱାଜିଶଙ୍କୁ ପୋଲିସ ଗିରଫ କରିଛି । ସେ ଏହି ଆପାର୍ଟମେଣ୍ଟର ପାର୍ଟନର ଥିଲେ । ବିଧାୟକଙ୍କ ପୁଅକୁ ପଚରାଉଚରା ଆରମ୍ଭ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+