ଯୋଗୀ ସରକାରରେ ଡାକ୍ତରଖାନାର କରୁଣ ପରିସ୍ଥିତି : OT ରୁ ମିଳୁଛି ବିୟର ବୋତଲ, ବି.ଏସ୍.ସି ପିଲା କରୁଛନ୍ତି ରୋଗୀ ଚିକିତ୍ସା
'ରାମରାଜ୍ୟ' ବୋଲାଉ ଥିବା ଯୋଗୀ ସରକାରରେ ରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ନଗ୍ନ ଚିତ୍ର ଦେଖାଇ ଦେଇଛି । କେତେକ ଡାକ୍ତରଖାନାରେ ଡାକ୍ତର ନଥିବା ବେଲେ କେତେକ ଡାକ୍ତରଖାନାର ଲାଇସେନ୍ସ ନାହିଁ । ଏପରିକି ଅପରେସନ୍ ଥିଏଟରରୁ ମିଳିଛି ବିୟର ବୋତଲ ।
ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହାକି 'ରାମରାଜ୍ୟ' ବୋଲାଉ ଥିବା ଯୋଗୀ ସରକାରରେ ରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ନଗ୍ନ ଚିତ୍ର ଦେଖାଇ ଦେଇଛି । କେତେକ ଡାକ୍ତରଖାନାରେ ଡାକ୍ତର ନଥିବା ବେଲେ କେତେକ ଡାକ୍ତରଖାନାର ଲାଇସେନ୍ସ ନାହିଁ । ଏପରିକି ଅପରେସନ୍ ଥିଏଟରରୁ ମିଳିଛି ବିୟର ବୋତଲ ।

ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଏବଂ ସିଏମଓ ମିଳିତ ଭାବେ 45 ଟି ଘରୋଇ ଡାକ୍ତରଖାନାରେ ଚଢାଉ କରିଥିଲେ । ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟବସ୍ଥାର ସାଙ୍ଘାତିକ ସତର ପର୍ଦ୍ଦାଫାସ୍ ହୋଇଥିଲା । କୌଣସି ଡାକ୍ତରଖଆନାରେ ଡାକ୍ତର ନଥିଲେ । କେତେକ ଡାକ୍ତରଖାନାର ଅପରେସନ୍ ଥିଏଟର (ଓଟି)ର ଫ୍ରିଜରେ ଔଷଧ ବଦଳରେ ମିଳିଥିଲା ବିୟର ବୋତଲ । ଅନେକ ଡାକ୍ତରଖାନା ବିନା ଲାଇସନ୍ସରେ ଚାଲିଥିବା ନେଇ ମଧ୍ୟ ଚଢାଉ ବେଳେ ଜଣାପଡ଼ିଛି । ଏହା ପରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ 29 ଟି ଡାକ୍ତଖାନାକୁ ନୋଟିସ୍ ଜାରି କରିଛି ।
ବାସ୍ତବରେ, ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଏକ ସୂଚନା ପାଇଥିଲା ଯେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଆଦର୍ଶ ଏବଂ ମାନଦଣ୍ଡକୁ ଅଣଦେଖା କରି ଲୋକଙ୍କ ଜୀବନ ଖେଳାଯାଉଛି । ଏହା ପରେ ଲକ୍ଷ୍ନୌ ଡିଏମ୍, ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀଙ୍କ 6 ଟି ଟିମ୍ ଗଠନ କରି ସେମାନଙ୍କୁ ବିଭିନ୍ନ ସ୍ଥାନକୁ ଏକତ୍ର ଚଢାଉ ପାଇଁ ପଠାଇଥିଲେ । ଏହି ସମୟରେ ଘରୋଇ ଡାକ୍ତରଖାନାର ଏସବୁ ଦୃଶ୍ୟ ସାମ୍ନାକୁ ଆସିଥିଲା ।
OT ରେ ବିୟର ବୋତଲ
ଏସିଏମ୍ ଦ୍ୱିତୀୟ କିନ୍ସୁକ୍ ଶ୍ରୀବାସ୍ତବ ଏବଂ ଡ ମିଲିନ୍ଦଙ୍କ ଦଳ ଡୁବଗାସ୍ଥିତ ହରାଦୋଇ ମାର୍ଗରେ ଥିବା ପାଞ୍ଚଟି ଡାକ୍ତରଖାନା ଉପରେ ଚଢାଉ କରିଥିଲେ । ତୁଲସୀ ଏବଂ ଟ୍ରମା ସେଣ୍ଟରର ଆଇସିୟୁରେ ଚାରୋଟି ଶଯ୍ୟା ଅଛି, କିନ୍ତୁ କୌଣସି ଇମୋ କିମ୍ବା ଡାକ୍ତର ନଥିଲେ । ମେରିଟସ୍ ହସ୍ପିଟାଲରେ ANM ଏବଂ GNM ପଢୁଥିବା ଛାତ୍ରମାନେ ନର୍ସିଂ ଏବଂ ଓଟି ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଆଇସିୟୁରେ ଚାରୋଟି ଶଯ୍ୟା ଅଛି କିନ୍ତୁ ଇମୋ କିମ୍ବା କୌଣସି ଡାକ୍ତର ନାହାଁନ୍ତି । ହସ୍ପିଟାଲର OT ର ରେଫ୍ରିଜରେଟରରେ ବିୟର ବୋତଲ ମିଳିଥିଲା । ଡାକ୍ତରଖାନାର ଲାଇସେନ୍ସର ବୈଧତା ମଧ୍ୟ ସରିଯାଇଛି । ସେହିପରି ମଡର୍ଣ୍ଣ ହସ୍ପିଟାଲ ମାଟରନିଟି ଏବଂ ଟ୍ରମା କେନ୍ଦ୍ରରେ ମଧ୍ୟ କୌଣସି ଡାକ୍ତର ନଥିଲେ ।
ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ସିଲ୍
ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଚଢାଉ ପରେ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶଙ୍କ ନିର୍ଦ୍ଦେଶରେ ସିଏମଓ ଡକ୍ଟର ମନୋଜ ଅଗ୍ରୱାଲ 29 ଡାକ୍ତରଖାନା ବିରୋଧରେ ନୋଟିସ ଜାରି କରିଛନ୍ତି । ସିଏମଓ ଡକ୍ଟର ମନୋଜ ଅଗ୍ରୱାଲ କହିଛନ୍ତି ଯେ ଯଦି ଡାକ୍ତରଖାନା ପରିଚାଳନା ସନ୍ତୋଷଜନକ ଉତ୍ତର ନ ଦିଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସିଲ୍ କରାଯିବ ।












Click it and Unblock the Notifications