287 ଦିନରେ ସର୍ବନିମ୍ନ କରୋନା ସଂକ୍ରମିତ ଚିହ୍ନଟ, ଗତ 24 ଘଣ୍ଟାରେ 8865 ନୂଆ ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 8 ହଜାର 865 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି 287 ଦିନ ପରେ ସର୍ବନିମ୍ନ । ଏହି ସମୟରେ 197 ଜଣ ରୋଗୀଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ 9 ହଜାରରୁ ସାମାନ୍ୟ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 8 ହଜାର 865 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି 287 ଦିନ ପରେ ସର୍ବନିମ୍ନ । ଏହି ସମୟରେ 197 ଜଣ ରୋଗୀଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 11 ହଜାର 971 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 1 ଲକ୍ଷ 30 ହଜାର 793 ସକ୍ରିୟ ମାମଲା ରହିଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 44ଲକ୍ଷ 56 ହଜାର 401 ରେ ପହଞ୍ଚିଛି । ଏଥିସହିତ ମୋଟ 3 କୋଟି 38 ଲକ୍ଷ 61 ହଜାର 756 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ଅପରପକ୍ଷରେ ଦେଶରେ ଏପର୍ଯ୍ୟନ୍ତ ମୋଟ 4 ଲକ୍ଷ 63 ହଜାର 852 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ଚାଲିଥିବା ଟୀକକରଣ ଅଭିଯାନରେ ଆଜି ସୁଦ୍ଧା 112 କୋଟି 97 ଲକ୍ଷ 84 ହଜାର 45 ଡୋଜ୍ ଟିକା ଦିଆ ସରିଛି । ଗତ 24 ଘଣ୍ଟାରେ ମୋଟ 59 ଲକ୍ଷ 75 ହଜାର 469 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications