ବିଜେପି ବିଧାୟକଙ୍କ କୁବେର ପୁଅ ଗିରଫ, ଘରୁ ଜବତ ହେଲା 6 କୋଟି
ବିଜେପି ବିଧାୟକଙ୍କ ପୁଅ ଘରୁ ଜବତ ହୋଇଛି 6 କୋଟି ଟଙ୍କା ନଗଦ । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଘରୁ ନଗଦ 6 କୋଟି ଟଙ୍କା ଜବତ କରାଯାଇଛି ।

ବେଙ୍ଗାଲୁରୁ : ବିଜେପି ବିଧାୟକଙ୍କ ପୁଅ ଘରୁ ଜବତ ହୋଇଛି 6 କୋଟି ଟଙ୍କା ନଗଦ । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଘରୁ ନଗଦ 6 କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ 'ଲୋକାୟୁକ୍ତ' 'ବିଜେପି' ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି ।
ଏହା ପୂର୍ବରୁ ଗୁରୁବାର ଦିନ ଅଫିସ୍ରେ 40 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ବିଜେପି ବିଧାୟକଙ୍କ ପୁଅ ପ୍ରଶାନ୍ତ ମଣ୍ଡଳ ଧରାପଡ଼ିଥିଲେ । 'ବାଙ୍ଗାଲୋର୍ ୱାଟର୍ ସପ୍ଲାଏ ଆଣ୍ଡ୍ ସ୍ବିରେଜ୍ ବୋର୍ଡ'ର (ବିଡବ୍ଲୁଏସ୍ଏସ୍ବି) ମୁଖ୍ୟ ଆକାଉଣ୍ଟସ୍ ଅଧିକାରୀ ଅଛନ୍ତି ପ୍ରଶାନ୍ତ ମଣ୍ଡଳ । ଲାଞ୍ଚ ନେବା ସମୟରେ ଧରା ପଡ଼ିବା ପରେ 'ଲୋକାୟୁକ୍ତ' ତାଙ୍କ ବାସଭବନ ଓ ଅଫିସରେ ଚଢାଉ କରି ତଲାସ କରିଥିଲା । ଏହି ସମୟରେ ଘରୁ 6 କୋଟି ଟଙ୍କା ନଗଦ ରାଶି ଜବତ କରାଯାଇଛି ।
The anti-corruption branch of Lokayukta yesterday arrested Prashanth Maadal, son of BJP MLA Maadal Virupakshappa, while taking a bribe of Rs 40 lakh. Over Rs 1.7 crore in cash recovered from his office. Prashanth Maadal is chief accountant in BWSSB: Karnataka Lokayukta pic.twitter.com/5Blext88i1
— ANI (@ANI) March 3, 2023
ବିଜେପି' ବିଧାୟକଙ୍କ ବାସଭବନରୁ 'ଲୋକାୟୁକ୍ତ' ନଗଦ ଟଙ୍କା ମିଳିବା ପରେ ଏ ସଂକ୍ରାନ୍ତରେ ପଚରା ଉଚରା ପାଇଁ 'ଲୋକାୟୁକ୍ତ' ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କୁ ଡକାଇ ପାରେ ।
ଏପରିକି ପ୍ରଶାନ୍ତଙ୍କ ଅଫିସରୁ ନଗଦ 1 କୋଟି 70 ଲକ୍ଷ ଟଙ୍କା ମିଳିଛି । 'ଲୋକାୟୁକ୍ତ'ର ଜଣେ ଅଧିକାରୀ କହିଛନ୍ତି, ଆମେ ତାଙ୍କ ଅଫିସ୍ ତଲାସ କରି 1.7 କୋଟି ଟଙ୍କା ପାଇଛୁ । ପ୍ରଶାନ୍ତ ତାଙ୍କ ବାପାଙ୍କ ତରଫରୁ ଲାଞ୍ଚ ଗ୍ରହଣ କରୁଥିଲେ ।












Click it and Unblock the Notifications