Lok Sabha Elections: ଏହି ତାରିଖରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା, ଜାଣନ୍ତୁ କଣ ରହିଛି ଅପଡେଟ୍
ଲୋକସଭା ନିର୍ବାଚନ: 2024 ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସୃଷ୍ଟି ହୋଇସାରିଲାଣି । ଏହା ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ସମସ୍ତ ରାଜ୍ୟ ଗସ୍ତ କରୁଛନ୍ତି ନିର୍ବାଚନ କମିଶନର । ଏଥି ମଧ୍ୟରେ ଦେଶରେ କେବେ ଲୋକସଭା ନିର୍ବାଚନ ହେବେ ତାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ଏହା ପରେ ବର୍ତ୍ତମାନ 2024 ଲୋକସଭା ନିର୍ବାଚନ କେବେ ହେବ ? ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ରହିଛି । ଏହାରି ମଧ୍ୟରେ ରିପୋର୍ଟ ରହିଛି ଯେ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ବିଶେଷ ସୁତ୍ରରୁ ଜଣାପଡିଛି ଯେ ମାର୍ଚ୍ଚ 9 ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।
କୁହାଯାଉଛି ଯେ, ନିର୍ବାଚନ ଆୟୋଗ ପ୍ରଥମେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଜାଣିବାକୁ ଚାହୁଁଛି । ଚଳିତବର୍ଷ ଲୋକସଭା ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ରହିଛି । ଏହି କାରଣରୁ ନିର୍ବାଚନ ଆୟୋଗର କିଛି ଅଧିକାରୀ ଲଗାତର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସୁତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଜମ୍ମୁ କାଶ୍ମୀରର ସୁରକ୍ଷା ଯାଞ୍ଚ ପାଇଁ ଆସନ୍ତା ମାର୍ଚ୍ଚ 12 ଓ 13 ତାରିଖ ମଧ୍ୟରେ ଗସ୍ତ କରିବେ
ଅପ୍ରେଲ-ମେ ମାସରେ ହୋଇପାରେ ନିର୍ବାଚନ:
କୁହାଯାଉଛି ଯେ, ନିର୍ବାଚନ ଆୟୋଗ ମାର୍ଚ୍ଚ 9 ପରେ ତାରିଖ ଘୋଷଣା କରିପାରନ୍ତି । ବର୍ତ୍ତମାନ ନିର୍ବାଚନ ଅଧିକାରୀମାନେ ରାଜ୍ୟ ଗସ୍ତରେ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ରିପୋର୍ଟ ଅନୁଯାୟୀ, 2024 ର ନିର୍ବାଚନ କ୍ୟାଲେଣ୍ଡର 2019 ସହିତ ସମାନ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନ 7 ଟି ପର୍ଯ୍ୟାୟରେ ହୋଇଥିଲା । ମୋଟ 543 ଆସନରେ ହୋଇଥିଲା ମତଦାନ । ମାର୍ଚ୍ଚ 10 ତାରିଖରେ ନିର୍ବାଚନ ତାରିଖର ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁସାରେ, 11 ଅପ୍ରେଲ୍ରୁ ମେ 12 ତାରିଖ ସୁଦ୍ଧା 7 ଟି ପର୍ଯ୍ୟାୟରେ ମତଦାନ କରାଯାଇଥିଲା । ଏହାପରେ ମେ 23 ରେ ଭୋଟ୍ ଗଣତି ଓ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ଏଥର ମଧ୍ୟ ଲୋକସଭା ସହିତ ଅରୁଣଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକ୍କିମ, ଏବଂ ଓଡିଶାରେ ବିଧାନସଭା ନିର୍ବାଚନ ହେବ ।












Click it and Unblock the Notifications