For Quick Alerts
Turn On Notification  
For Daily Alerts
Oneindia App Download

ଦିଲ୍ଲୀରେ ଲାଗିଲା ଲକଡାଉନ୍, ଆଜି ରାତିରୁ ସୋମବାର ସକାଳ ଯାଏଁ ବଳବତ୍ତର

ରାଜଧାନୀ ନୂଆଦିଲ୍ଲୀ ଜାରି ହେଲା ଲକଡାଉନ୍ । ଦିଲ୍ଲୀରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ରେକର୍ଡ ଭାଙ୍ଗିବା ପରେ ଚିନ୍ତାରେ କେଜ୍ରିଓ୍ୱାଲ ସରକାର । ଏହାକୁ ଲକ୍ଷରେ ରଖି ଦିଲ୍ଲୀରେ ଲକଡାଉନ୍ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

|

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ଜାରି ହେଲା ଲକଡାଉନ୍ । ଦିଲ୍ଲୀରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ରେକର୍ଡ ଭାଙ୍ଗିବା ପରେ ଚିନ୍ତାରେ କେଜ୍ରିଓ୍ୱାଲ ସରକାର । ଏହାକୁ ଲକ୍ଷରେ ରଖି ଦିଲ୍ଲୀରେ ଲକଡାଉନ୍ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସପ୍ରାହନ୍ତ ଲକଡାଉନ ଭଳି ଦିଲ୍ଲୀରେ 6 ଦିନିଆ ଲକଡାଉନ ଲାଗୁ କରାଯାଇଛି ।

Lockdown

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଆଜି ରାତିରୁ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ । କେଜ୍ରିୱାଲ କହିଛନ୍ତି ଯେ, ଏବେ ଦିଲ୍ଲୀରେ ଦୈନିକ 25 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବେଠାରୁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଲାଣି । ଆଇସିୟୁ ବେଡ୍‌ ସରିଆସିଲାଣି । ପ୍ରତିଦିନ ଏଭଳି ସଂଖ୍ୟାରେ ରୋଗୀ ଚିହ୍ନଟ ହେଲେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିଯାଇପାରେ। ତେଣୁ କରୋନା ଚେନ୍‌ ଭାଙ୍ଗିବାକୁ 6 ଦିନିଆ ଲକ୍‌ଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

କୋଭିଡ୍‌-19 ପରିସ୍ଥିତିରେ ଅବନତି ଘଟୁଥିବାରୁ ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍‌ ମଧ୍ୟ କହିଥିଲେ ଯେ, ଦେଶରେ ହଠାତ୍‌ କୋଭିଡ୍‌ ସଂକ୍ରମଣ ଅଭୂତପୂର୍ବ ଭାବେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟମାନଙ୍କୁ କୋଭିଡ୍‌-19 ପରିଚାଳନାରେ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର 24 ଘଣ୍ଟା କାର୍ଯ୍ୟ କରୁଛନ୍ତି। ପାତର ଅନ୍ତର ନ ରଖି କେନ୍ଦ୍ର ସରକାର କୋଭିଡ୍‌-19 ବିରୋଧରେ ସଂଗ୍ରାମ କରୁଥିବାରୁ ଏ ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lock Down Imposed In Delhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X