ଫେରିଲା ଲକଡାଉନ୍, ଛତିଶଗଡରେ ଜାରି ହେଲା ଲକଡାଉନ୍

ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ନୂତନ ଆଦେଶ ଅନୁଯାୟୀ ଜିଲ୍ଲାର 6 ଅପ୍ରେଲରୁ 14 ଅପ୍ରେଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି

ଦୁର୍ଗ : ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ନୂତନ ଆଦେଶ ଅନୁଯାୟୀ ଜିଲ୍ଲାର 6 ଅପ୍ରେଲରୁ 14 ଅପ୍ରେଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏଥିସହିତ ବେମେତରାରେ ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ମାଧ୍ୟମରେ କରୋନା ପ୍ରଭାବକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ଦୁର୍ଗ ଜିଲ୍ଲାର ଜିଲ୍ଲାପାଳ ସର୍ବେଶ୍ୱର ନରେନ୍ଦ୍ର ଭୁରେ କହିଛନ୍ତି । ଏଥିପାଇଁ ନାଗରିକଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Lockdown

ଅନ୍ୟପକ୍ଷରେ, ବେମେତରା ସହରର ଜିଲ୍ଲା ପ୍ରଶାସନ ଶୁକ୍ରବାର ଠାରୁ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ସହିତ ବେମେତରା, ନୱାଗଡ଼, ବର୍ଲା, ମାରୋ ଏବଂ ଗ୍ରାମ ପଞ୍ଚାୟତ ଭେଡନୀକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ସମସ୍ତ ସ୍ଥାନରେ ଅତ୍ୟାବଶ୍ୟକ ସେବା ସହିତ ସମ୍ପୃକ୍ତ ଦୋକାନଗୁଡ଼ିକ ସକାଳ 6 ଟାରୁ ରାତି 2 ଟା ପର୍ଯ୍ୟନ୍ତ ଖୋଲାଯିବା ନେଇ ଅନୁମତି ଦିଆଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4617 ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥି ସହିତ ଗୁରୁବାର ଦିନ 25 ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗତ ତିନି ସପ୍ତାହ ମଧ୍ୟରେ, କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମାର୍ଚ୍ଚ 27 ରେ, 3162 ଜଣ, ମାର୍ଚ୍ଚ 30 ରେ 3108ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥବା ବେଳେ ବୁଧବାର ଦିନ ରୋଗୀଙ୍କ ସଂଖ୍ୟା 4563 ରେ ପହଞ୍ଚିଛି । ସେହିପରି ଗୁରୁବାର ଦିନ 4617 ରୋଗୀ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ସୁପାରିଶ କ୍ରମେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲକଡାଉନ ଘୋଷଣା କରିବା ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ନିର୍ଦ୍ଦେଶ ଦେଇଛନ୍ତି । ଅଞ୍ଚଳ ଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପରେ ଜିଲ୍ଲାପାଳ ମାନେ ଏନେଇ ନିଷ୍ପତ୍ତି ନେବାକୁ କୁହାଯଆଇଛି । ଦୁର୍ଗ ଏବଂ ବେମେତରା ଜିଲ୍ଲାରେ ଲକଡାଉନ୍ ଆଦେଶ ଜାରି କରାଯାଇଛି । ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ଏବଂ କର୍ମଚାରୀଙ୍କ ଛୁଟିଦିନ ବାତିଲ କରିବାକୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+