ଚୂନ ପଥର ଖଣିରେ ବିସ୍ଫୋରଣ, 10 ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର କଡ଼ପା ଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଥିବା ଚୂନ ପଥର ବିସ୍ଫୋରଣରେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥି ସହିତ ବିସ୍ଫୋରଣ ପରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଅମରାବତୀ : ଆନ୍ଧ୍ରପ୍ରଦେଶର କଡ଼ପା ଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଥିବା ଚୂନ ପଥର ବିସ୍ଫୋରଣରେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥି ସହିତ ବିସ୍ଫୋରଣ ପରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଶନିବାର ସକାଳେ କାଲାସାପଡୁ ବ୍ଲକର ମାମିଲପାଲେ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତମାନେ ଖଣିରେ କାମ କରୁଥିଲେ ।

lime stone blast

ପୋରୁମିଲା ପୋଲିସ ଇନ୍ସପେକ୍ଟର ମୋହନ ରେଡ୍ଡୀଙ୍କ କହିବାନୁସାରେ, ​​ଯେତେବେଳେ ଡିଟୋନେଟରକୁ ଖଣି ଭିତରକୁ ସ୍ଥାନାନ୍ତର କରାଯାଉଥିଲା ସେତେବେଳେ ବିସ୍ଫୋରଣ ହୋଇଥିଲା । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟ.ଏସ୍ ଜଗନ୍ମୋହନ ରେଡ୍ଡୀଙ୍କ ପୈତୃକ ଗ୍ରାମ ପୁଲିଭେନ୍ଦୁଲାର ବୋଲି କୁହାଯାଉଛି ।

ଖବର ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହା ଆଖପାଖ ଗାଁ ଯାଏଁ ଭୀଷଣ ଶବ୍ଦ ହୋଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେ ଦୁର୍ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିସ୍ଫୋରଣରେ ପୀଡିତଙ୍କ ପରିବାରକୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+