'ତୁମ ଅବସ୍ଥା ମଧ୍ୟ ସିଦ୍ଧୁ ମୁସେୱାଲା ପରି ହେବ', ପଞ୍ଜାବ କଂଗ୍ରେସ ନେତା ବିଟ୍ଟୁଙ୍କୁ ଧମକ
ବିଟ୍ଟୁଙ୍କ ଅନୁଯାୟୀ, ସେ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ରେ ଏକ କଲ ପାଇଥିଲେ ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କର ମଧ୍ୟ ସହଯୋଗୀ ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଭଳି ଅବସ୍ଥା ହେବ ।
ଲୁଧିଆନା : ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାପରେ ବର୍ତ୍ତମାନ ଅନ୍ୟ ଲୋକମାନଙ୍କୁ ମଧ୍ୟ ହତ୍ୟା ଧମକ ଆସୁଛି । ମେ 29 ରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆଜି କଂଗ୍ରେସ ନେତା ରବନୀତ ସିଂହ ବିଟ୍ଟୁଙ୍କୁ ହତ୍ୟା ନେଇ ଧମକ ମିଳିଛି ।
ବିଟ୍ଟୁଙ୍କ ଅନୁଯାୟୀ, ସେ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ରେ ଏକ କଲ ପାଇଥିଲେ ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କର ମଧ୍ୟ ସହଯୋଗୀ ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଭଳି ଅବସ୍ଥା ହେବ ।

ଲୁଧିଆନାରୁ କଂଗ୍ରେସର ଲୋକସଭା ସାଂସଦ ବିଟ୍ଟୁଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିଶ୍ଚିତ କରିଛନ୍ତି ଯେ ତାଙ୍କୁ ଧମକପୂର୍ଣ୍ଣ କଲ ଆସିଛି । ବିଟ୍ଟୁଙ୍କ ବ୍ୟତୀତ ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ତଥା ସ୍କ୍ରିନ୍ ରାଇଟର୍ ସଲିମ ଖାନଙ୍କୁ ମଧ୍ୟ କିଛି ଦିନ ପୂର୍ବରୁ ଧମକ ଦିଆଯାଇଥିଲା । ରବିବାର ଦିନ ତାଙ୍କୁ ଏକ ଚିଠି ମିଳିଥିଲା ଯେଉଁଥିରେ କୁହାଯାଇଛି ଯେ ସଲିମ ଏବଂ ସଲମାନ ଖାନ ଖୁବ୍ ଶୀଘ୍ର ତୁମର ଅବସ୍ଥା ମୁସେୱାଲା ପରି ହେବ ।
ଏପରି ଚିଠି ପାଇବା ପରେ ଗୋଟିଏ ଦିନ ପରେ ମୁମ୍ବାଇ ପୋଲିସ ସଲିମ ଖାନଙ୍କ ବୟାନ ରେକର୍ଡ କରିଛି । ପୋଲିସ୍ ଅଧିକାରୀମାନେ ମଧ୍ୟ ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ବାସଭବନ ପରିଦର୍ଶନ କରି ବିଲ୍ଡିଂର ସୁରକ୍ଷାକୁ ବଢାଇ ଦେଇଛନ୍ତି ।
ଧମକ ପତ୍ରରେ "GB" ଏବଂ "LB" ଶବ୍ଦ ଗୁଡିକ ଗୋଲ୍ଡି ବ୍ରାର୍ ଏବଂ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଦ୍ୱାରା ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି । ତେବେ ସଲମାନ ଖାନଙ୍କ ନିକଟକୁ ପଠାଯାଇଥିବା ଧମକପୂର୍ଣ୍ଣ ଚିଠିରେ ବିଷ୍ଣୋଇ ତାର ସମ୍ପୃକ୍ତିକୁ ଅସ୍ୱୀକାର କରିଛି ।












Click it and Unblock the Notifications