କାଶ୍ମୀର : ସେନା ଗୁଳିରେ ନିହତ ହେଲା ଲସ୍କର ଟପ୍ କମାଣ୍ଡର ସଲିମ ପାର୍ରେ, ବିଫଳ ହେଲା ସୀମାରେ ବଡ ଷଡଯନ୍ତ୍ର
କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଲସ୍କର-ଏ-ତୋଏବା ର ଟପ୍ କମାଣ୍ଡର ସଲିମ ପାର୍ରେ କୁ ସେନା ନିହତ କରିଛି ।
ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଲସ୍କର-ଏ-ତୋଏବା ର ଟପ୍ କମାଣ୍ଡର ସଲିମ ପାର୍ରେ କୁ ସେନା ନିହତ କରିଛି । ସେ ଉପତ୍ୟକାରେ ଅନେକ ଆତଙ୍କବାଦୀ ଘଟଣାରେ ଜଡିତ ଥିଲା, ଏହି କାରଣରୁ ସୁରକ୍ଷା ବାହିନୀ ତାଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲେ । ଅନ୍ୟପକ୍ଷରେ ସୋମବାର ବିଏସଏଫ ଅନ୍ତର୍ଜାତୀୟ ସୀମାର ଜାମ୍ମୁ ସେକ୍ଟରରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ହେରୋଇନ ଜବତ କରିଛି ।

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଶ୍ରୀନଗରର ଶାଲିମାର ପାର୍କ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସିଥିଲା । ଏହା ଉପରେ ଜାମ୍ମୁ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍, CRPF ଏବଂ ସେନାବାହିନୀର ରାଷ୍ଟ୍ରୀୟ ରାଇଫଲ୍ସ ମିଳିତ ଅପରେସନ୍ ଆରମ୍ଭ କରିଥିଲେ । ସେନାକୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପ୍ରତି ଜବାବରେ ସେନା ପକ୍ଷରୁ ମଧ୍ୟ ଏନକାଉଣ୍ଟର କରାଯାଇଥିଲା । ଏହି ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ସଲିମ ର ମୃତ୍ୟୁ ହୋଇଛି ।












Click it and Unblock the Notifications