For Quick Alerts
For Daily Alerts
ଜାମ୍ମୁ କାଶ୍ମୀରରେ ଗିରଫ ହେଲା ଲସ୍କର ଆତଙ୍କବାଦୀ, ସୁରକ୍ଷା ବାହିନୀ ଏବଂ ଭିଭିଆଇପି ଉପରେ ଆକ୍ରମଣ କରିବାକୁ ଥିଲା ଯୋଜନା
ସୋପୋର : ଜାମ୍ମୁ କାଶ୍ମୀରର ସୋପୋର ଏବଂ ରାଫିଆବାଦରେ ଭାରତୀୟ ସେନା ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ଼୍ଡ କରିଛି । ସୁରକ୍ଷା ବାହିନୀ ଏବଂ ଭିଆଇପିଙ୍କୁ ଟାର୍ଗେଟ କରିବା ଷଡଯନ୍ତ୍ରରେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀ ଜଣକ ହନ୍ଦୱାଡ଼ା ନିବାସୀ ରିଜୱାନ ଶାଫି ଲୋନ ବୋଲି ଜଣାପଡିଛି ।

ସେନାର ଜଣେ ଅଧିକାରୀ କହିଛ୍ତି ନିର୍ଦ୍ଦିଷ୍ଟ ଇନପୁଟ ଉପରେ କାର୍ଯ୍ୟ କରି ସେନା ଏବଂ ପୋଲିସ ରାଫିଆବାଦରେ ମିଳିତ ଅପରେସନ୍ ଆରମ୍ଭ କରିଛି । ଏହି ସମୟରେ ଜଣେ ଆତଙ୍କବାଦୀ ଧରାପଡିଥିଲା । ତା ନିକଟରୁ ଗୁଳି ସହିତ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି ।
ସୂଚନାନୁସାରେ, ଗିରଫ ଆତଙ୍କବାଦୀ ଲସ୍କର-ଏ-ତୋଏବା (LeT) ପାଇଁ କାମ କରୁଥିଲା ଏବଂ ରାଫିଆବାଦ ଏବଂ ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଭିଭିଆଇପି ଉପରେ ଆକ୍ରମଣ ଏବଂ ହତ୍ୟା କରିବାକୁ ଯୋଜନା କରିଥିଲା । ଗିରଫ ଆତଙ୍କବାଦୀ ରିଜୱାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
Comments
English summary
LeT Terrorist arrested in Jammu was planning to attack on security forces and VIPs
Story first published: Saturday, May 14, 2022, 13:08 [IST]