ଜାମ୍ମୁରେ ସିଲିଏଲ୍ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ରସ୍ତୁତି : ଡିଜିପି ଦିଲବାଗ୍ ସିଂହ
ଲସ୍କରର ଏହି ଅପରେଟିଭ୍ ସହରର କେତେକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି IED ସ୍ଥାପନ କରିବାକୁ ଯୋଜନା କରୁଥିଲା । ଗିରଫ ଲସ୍କର ଅପରେଟିଭକୁ ପୋଲିସ ପଚରାଉଚରା କରୁଛି ।
ଶ୍ରୀନଗର : ଜାମ୍ମୁରେ ସିଲିଏଲ୍ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ରସ୍ତୁତି । କାଶ୍ମୀର ପୋଲିସର ତତ୍ପରତା ଏପରି ଏକ ବଡ଼ ଅଘଟଣ ପୂର୍ବରୁ ଏହାର ଖୁଲାସା କରିଛି । ଜାମ୍ମୁ କାଶ୍ମୀର ପୋଲିସର ଡିଜିପି ଦିଲବାଗ ସିଂ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ଜାମ୍ମୁ ପୋଲିସ ଦ୍ୱାରା ସହରରୁ 5 ରୁ 5 ରୁ 6 କିଲୋଗ୍ରାମ ଓଜନର ବିସ୍ପୋରକ ଜବତ କରାଯାଇଛି । ଏହି IED ଲସ୍କର ଏ ତୋଏବାର ଏକ ଅପରେଟିଭ ନିକଟରୁ ଜବତ ହୋଇଛି । ଲସ୍କରର ଏହି ଅପରେଟିଭ୍ ସହରର କେତେକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି IED ସ୍ଥାପନ କରିବାକୁ ଯୋଜନା କରୁଥିଲା । ଗିରଫ ଲସ୍କର ଅପରେଟିଭକୁ ପୋଲିସ ପଚରାଉଚରା କରୁଛି ।

ପଚରାଉଚରା ଶେଷ ହେବା ପରେ ଜାମ୍ମୁ ଓ କାଶ୍ମୀର ପୋଲିସ ଆଉ କିଛି ଲସ୍କର ଅପରେଟିଭଙ୍କୁ ଗିରଫ କରିବ ବୋଲି ଆଶା କରାଯାଉଛି । ଦିଲବାଗ ସିଂ କହିଛନ୍ତି ଯେ ଜାମ୍ମୁ ଏୟାରଫିଲ୍ଡ ବିସ୍ଫୋରଣରେ ଜାମ୍ମୁ କାଶ୍ମୀର ପୋଲିସ ଅନ୍ୟ ଏଜେନ୍ସିମାନଙ୍କ ସହଯୋଗରେ କାର୍ଯ୍ୟ କରୁଛି । ପୋଲିସ ଏ ବାବଦରେ ଏଫଆଇଆର ପଞ୍ଜୀକୃତ କରିଛି ଏବଂ ତଦନ୍ତ ଜାରି ରହିଛି ।
Use of drone with payload in both the blasts at Jammu airfield suspected to drop explosive material. Another IED weighing 5-6 kgs was recovered by Jammu police. This IED was received by LeT outfit operative & was to be planted at some crowded place: J&K DGP Dilbagh Singh to ANI pic.twitter.com/ti6FnXnvra
— ANI (@ANI) June 27, 2021
ସୂଚନାଯୋଗ୍ୟ, ଜାମ୍ମୁ ବାୟୁସେନା ଷ୍ଟେସନର ବୈଷୟିକ ଅଞ୍ଚଳରେ ବିଳମ୍ବିତ ରାତିରେ ଦୁଇଟି ବିସ୍ଫୋରଣ ହୋଇଛି । ବିସ୍ପୋରଣ ହୋଇଥିବା ସତ୍ୟୱାରୀ ଅଞ୍ଚଳରେ ଜାମ୍ମୁର ସିଭିଲ୍ ବିମାନବନ୍ଦର ମଧ୍ୟ ଅଛି ।
ଭାରତୀୟ ବାୟୁସେନାର ବିବୃତ୍ତି ଅନୁଯାୟୀ ଗୋଟିଏ ବିସ୍ଫୋରଣରେ କୋଠାର ଛାତ ନଷ୍ଟ ହୋଇଯାଇଛି । ଦ୍ୱିତୀୟ ବିସ୍ଫୋରଣ ଏକ ଖୋଲା ଅଞ୍ଚଳରେ ଘଟିଥିଲା ଯେଉଁଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।












Click it and Unblock the Notifications