ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 3 ଲସ୍କର ଆତଙ୍କୀ
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଏ-ତୋଇବାର କମାଣ୍ଡର ଏଜାଜ ଓରଫ ଆବୁ ହୁରାଇ ସହ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । କଶ୍ମୀର ଜୋନର ଆଇଜି ଏହି ସୂଚନା ଦେଇଛନ୍ତି ।
ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଏ-ତୋଇବାର କମାଣ୍ଡର ଏଜାଜ ଓରଫ ଆବୁ ହୁରାଇ ସହ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । କଶ୍ମୀର ଜୋନର ଆଇଜି ଏହି ସୂଚନା ଦେଇଛନ୍ତି ।

ଦକ୍ଷିଣ କାଶ୍ମୀର ଜିଲ୍ଲାର ପୁଲୱାମା ସହରର ଏକ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରକୁ ଗୁଳିଚଳାଇବାରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
#PulwamaEncounterUpdate: #Pakistani LeT commander Aijaz @ Abu Huraira killed alongwith 2 local #terrorists. #Congratulations to Police & SFs: IGP Kashmir@JmuKmrPolice
— Kashmir Zone Police (@KashmirPolice) July 14, 2021
ମଙ୍ଗଳବାର ବିଳମ୍ବିତ ରାତିରୁ ଆତଙ୍କବାଦୀ ପୁଲଓ୍ୱାମାରେ ଲୁଚିଥିବା ନେଇ ସୂଚନା ମିଳିଥିଲା । ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାସକ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦ ନିପାତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏଥିରେ ଅନେକ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା ।












Click it and Unblock the Notifications