ଚିପକୋ ଆନ୍ଦୋଳନର ସୂତ୍ରଧର ପଦ୍ମ ବିଭୂଷଣଙ୍କ କରୋନାରେ ପରଲୋକ

ଚିପକୋ ଆନନ୍ଦୋଲାନର ପରିଚୟ ତଥା ଜଣାଶୁଣା ଗାନ୍ଧୀ ବ୍ୟକ୍ତିତ୍ୱ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ହୋଇଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା ।

ଋଷିକେଶ : ଚିପକୋ ଆନନ୍ଦୋଲାନର ପରିଚୟ ତଥା ଜଣାଶୁଣା ଗାନ୍ଧୀ ବ୍ୟକ୍ତିତ୍ୱ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ହୋଇଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା ।

କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ 10ଦିନ କରୋନା ସହ ଲଢ଼େଇ କରିବା ପରେ ସେ ଆଜି ଆଖି ବୁଜିଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ମଧୁମେହ ରୋଗ ରହିଥିଲା। ତାଙ୍କ ଅକ୍ସିଜେନ ସ୍ତର ମଧ୍ୟ କ୍ରମାଗତ ହ୍ରାସ ପାଉଥିଲା ।

sunderlal-Bahuguna

ସେ ଭାରତର ପ୍ରାରମ୍ଭିକ ପରିବେଶବିତ୍ମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ପରେ ସେ ଏବଂ ଚିପକୋ ଆନ୍ଦୋଳନ ସହିତ ଜଡିତ ଲୋକମାନେ ବଡ଼ ଡ୍ୟାମ୍ ଭଳି ପରିବେଶ ସମସ୍ୟା ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଦୀର୍ଘ ବର୍ଷ ଧରି ସେ ହିମାଳୟର ଜଙ୍ଗଲ ସଂରକ୍ଷଣ ପାଇଁ ସଂଗ୍ରାମ କରିଆସୁଥିଲେ, ପ୍ରଥମେ 1970 ଦଶକରେ ଚିପକୋ ଆନ୍ଦୋଳନର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ 1980 ଦଶକରୁ 2004 ଆରମ୍ଭ ପର୍ଯ୍ୟନ୍ତ ତେହେରୀ ବିରୋଧୀ ଡ୍ୟାମ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଜଙ୍ଗଲ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ବୃକ୍ଷ ଓ ଜଙ୍ଗଲ କାଟିବାକୁ ବିରୋଧ କରି ଚିପକୋ ଆନ୍ଦୋଳନ 26 ମାର୍ଚ୍ଚ 1974 ରେ ଉତ୍ତରପ୍ରଦେଶରେ ସ୍ୱତଃ ପ୍ରବୃତ୍ତ ଭାବରେ ଆରମ୍ଭ ହୋଇଥିଲା ।

sunderlal-Bahuguna

2009 ରେ ସୁନ୍ଦରଲାଲ ବାହୁଗୁନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ନୋବେଲ ଶାନ୍ତି ପୁରସ୍କାର ଏବଂ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ । ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏହା ଏକ ସ୍ମରଣୀୟ କ୍ଷତି ବୋଲି କହିଛନ୍ତି । ଆମ ଜାତି ଏବଂ ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବାର ଆମର ଶତାବ୍ଦୀ ପୁରୁଣା ନୈତିକତାକୁ ପ୍ରକାଶ କରିଥିଲେ ।

ବିଶ୍ଵପ୍ରସିଦ୍ଧ ପରିବେଶବିତ୍‌ ତଥା ପଦ୍ମବିଭୂଷଣ ସୁନ୍ଦରଲାଲ ବହୁଗୁଣାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ଶୋକର ବାତାବରଣ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଚିପ୍‌କୋ ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିଥିବା ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ଦେହାନ୍ତ କେବଳ ରାଜ୍ୟ ପାଇଁ ନୁହେଁ, ବର ସାରା ଦେଶ ଏବଂ ବିଶ୍ଵ ପାଇଁ ଅପୂରଣୀୟ କ୍ଷତି । ଈଶ୍ଵର ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଏବଂ ଦୁଃଖ ସହିବାକୁ ଶକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+