Get Updates
Get notified of breaking news, exclusive insights, and must-see stories!

ହରିୟାଣା : କରନାଲରେ ବିଜେପି ବିରୋଧରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଲାଠିଚାର୍ଜ

ହରିୟାଣାର କରନାଲ ଜିଲ୍ଲାରେ ବିଜେପି ବିରୋଧରେ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କ ଉପରକୁ ଲାଠି ଚାର୍ଜ କରାଯାଇଛି । ଶନିବାର ଦିନ ଏଠାରେ ବିଜେପିର ଏକ ସଭା ହୋଇଥିଲା । ଏହାର ପ୍ରତିବାଦରେ ଶହ ଶହ ଚାଷୀ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ ।

ଚଣ୍ଡିଗଡ଼ : ହରିୟାଣାର କରନାଲ ଜିଲ୍ଲାରେ ବିଜେପି ବିରୋଧରେ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କ ଉପରକୁ ଲାଠି ଚାର୍ଜ କରାଯାଇଛି । ଶନିବାର ଦିନ ଏଠାରେ ବିଜେପିର ଏକ ସଭା ହୋଇଥିଲା । ଏହାର ପ୍ରତିବାଦରେ ଶହ ଶହ ଚାଷୀ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ସହିତ ବହୁ ସଂଖ୍ୟକ କୃଷକ ମଧ୍ୟ ବସତାଡା ଟୋଲ ପ୍ଲାଜାରେ ପହଞ୍ଚି ସେଠାରେ ବିରୋଧ ଆରମ୍ଭ କରିଥିଲେ । ପ୍ରଥମେ ପୋଲିସ ବିକ୍ଷୋଭକାରୀଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ସେମାନେ ଉଠି ନଥିଲେ ସେମାନଙ୍କ ଉପରକୁ ଲାଠି ଚାର୍ଜ କରିଥିଲା । ଯେଉଁଥିରେ ଅନେକ ଚାଷୀ ଆହତ ହୋଇଛନ୍ତି ।

karnal

ସୂଚନାନୁସାରେ, ବିଜେପି କରନାଲରେ ଏକ ସାଂଗଠନିକ ବୈଠକ ଆୟୋଜନ କରିଥିଲା । ଯାହାକୁ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ପୋଲିସ ସହରର ସମସ୍ତ ପ୍ରବେଶ ପଥ ବନ୍ଦ କରି କଡା ସୁରକ୍ଷା ବ୍ୟବସ୍ଥା କରିଥିଲା । ଯେତେବେଳେ କୃଷକମାନେ ବିରୋଧ କରିବାକୁ ସହରରେ ପ୍ରବେଶ କରିପାରିନଥିଲେ, ସେମାନେ ବସତାଡା ଟୋଲ ପ୍ଲାଜା ନିକଟରେ ଧାରଣା ଦେଇଥିଲେ । ଏଥିସହ ସେଠାରେ ବିଜେପି ନେତାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଲାଠିତାର୍ଜ କରିଥିଲା ।

ଅନ୍ୟପକ୍ଷରେ କୃଷକମାନଙ୍କ ଉପରେ ଲାଠିଚାର୍ଜ ହେବା ପରେ ଭାରତୀୟ କିଷାନ ସଂଘ କ୍ରୋଧିତ ହୋଇଛି । ଏହାର ରାଜ୍ୟ ସଭାପତି ଗୁରୁନାମ ସିଂ ଚଡନୀ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହା ସହ ସେ କହିଛନ୍ତି ଯେଉଁ ସବୁ ସ୍ଥାନରେ ସମ୍ଭବ ସେଠାରେ ରାସ୍ତା ଅବରୋଧ କରିଦିଅ । ହାଇକମାଣ୍ଡ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହି ଜାମକୁ ଜାର ରଖିବାକୁ ସେ କହିଛନ୍ତି । ଏହା ବ୍ୟତୀତ ସେ ଟୋଲପ୍ଲାଜାରେ ଧାଣା ଦେବାକୁ ମଧ୍ୟ ଆହ୍ୱାନ କରିଛନ୍ତି ।

ଏହି ଘଟଣା ପରେ ରାକେଶ ଟିକାୟିତ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ ହରିୟାଣାର କରନାଲ ସ୍ଥିତ ବସତଡ଼ା ଟୋଲରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଲାଠି ଚାର୍ଜ ଦୁର୍ଭାଗ୍ୟଜନକ । ସେପ୍ଟେମ୍ବର 5 ରେ ମୁଜାଫରନଗରରେ ଅନୁଷ୍ଠିତ ହେବାକୁ ଥିବା ମହାପଞ୍ଚାୟତରୁ ଧ୍ୟାନ ହଟାଇବା ପାଇଁ ଏହା ସରକାରଙ୍କ ଷଡଯନ୍ତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ସମସ୍ତ ରାସ୍ତା ଅବରୋଧ କରାଯାଉ । ସରକାର ଚାହୁଁଛନ୍ତି ଯେ ହରିୟାଣାର କୃଷକମାନେ ମୁଜାଫରନଗରରେ ଆୟୋଜିତ ମହାପଞ୍ଚାୟତକୁ ନ ଯାଆନ୍ତୁ, ତେଣୁ ଏପରି କରୁଛନ୍ତି । ସମସ୍ତ କୃଷକ ଆଗାମୀ ମହାପଞ୍ଚାୟତ ଉପରେ ଧ୍ୟାନ ଦେବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+