ହିମାଚଳ ପ୍ରଦେଶ : ଜାତୀୟ ରାଜପଥରେ ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ
ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ସିରମୌରର ଶିଲାଇ ଅଞ୍ଚଳରେ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ଶିମଲା : ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ସିରମୌରର ଶିଲାଇ ଅଞ୍ଚଳରେ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏକ LNT ମେସିନ୍ ମଧ୍ୟ ଏଥିରେ ଭାଙ୍ଗିଯାଇଛି ।

ରାଜ୍ୟର ଜରୁରୀକାଳୀନ ଅପରେସନ୍ କେନ୍ଦ୍ର କହିଛି ଯେ ସୋମବାର ସକାଳେ NH 707 ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୂସ୍ଖଳନ ପରେ ସ୍ଥାନୀୟ ପୋଲିସ ଏବଂ ସଂପୃକ୍ତ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ପାଓଣ୍ଟା ସାହିବ-ଶିଲାଇ ଜାତୀୟ ରାଜପଥ -707 ରେ କମ୍ପାନୀମାନେ ନିର୍ମାଣ କାର୍ଯ୍ୟ କରୁଛନ୍ତି । କୁହାଯାଉଛି ଯେ ସୋମବାର ଦିନ ମଧ୍ୟ କାମ ଚାଲୁଥିବା ବେଳେ ଭୁସ୍ଖଳନ ହୋଇଥିଲା ଏବଂ ତିନିଜଣ ଲୋକ ପ୍ରାଣ ହରାଇଥିଲେ ।












Click it and Unblock the Notifications