ଆସାମର ଗୌହାଟିରେ ଭୂସ୍ଖଳନ, ଘଟଣାସ୍ଥଳରେ 4 ଜଣ ଶ୍ରମିକଙ୍କ ମୃତ୍ୟୁ
ଗୌହାଟିରେ ଭୂସ୍ଖଳନ ହୋଇଛି । ଫଳରେ ମାଟି ତଳେ ଚାପି ହୋଇ ଘଟଣାସ୍ଥଳରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ଗୌହାଟୀ : ଆସାମରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୌହାଟିରେ ଭୂସ୍ଖଳନ ହୋଇଛି । ଫଳରେ ମାଟି ତଳେ ଚାପି ହୋଇ ଘଟଣାସ୍ଥଳରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବୋରାଗାଓଁ ନିକଟ ନିଜାରାପର ଅଞ୍ଚଳରେ ଭୂସ୍ଖଳନ ହୋଇଛି ।

ଗୌହାଟୀ ଡିସିପି ନବନୀତ୍ ମହନ୍ତ କହିଛନ୍ତି ଯେ ଭୂସ୍ଖଳନ ଘଟିଥିବା ସ୍ଥାନରେ ଚାରିଜଣ ଶ୍ରମିକ ରହୁଥିଲେ । ସମସ୍ତ ଚାରିଜଣ ମାଟି ତଳେ ଚାପି ହୋଇଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।












Click it and Unblock the Notifications