For Quick Alerts
Turn On Notification  
For Daily Alerts
Oneindia App Download

ମହାରାଷ୍ଟ୍ର : ରାୟଗଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, 36 ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଭୂସ୍ଖଳନରେ 36 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଏହି ଘଟଣାରେ 15 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ପ୍ରାୟ 30 ଜଣ ଲୋକ ଫସି ରହିଛନ୍ତି । NDRF ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି ।

|

ମୁମ୍ବାଇ : ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଭୂସ୍ଖଳନରେ 36 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଏହି ଘଟଣାରେ 15 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ପ୍ରାୟ 30 ଜଣ ଲୋକ ଫସି ରହିଛନ୍ତି । NDRF ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି ।

maharashtra land slide

ଗତ କିଛି ଦିନ ହେବ ରାଜ୍ୟର କୋଙ୍କଣ ଅଞ୍ଚଳରେ ବର୍ଷା ଜାରି ରହିଛି ଏବଂ ହଜାର ହଜାର ଲୋକ ବନ୍ୟା ଓ ଭୂସ୍ଖଳନରେ ଫସି ରହିଛନ୍ତି । ମୁମ୍ବାଇଠାରୁ ପ୍ରାୟ 70 କିଲୋମିଟର ଦୂରରେ ଥିବା ରାଇଗଡରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଉଛି ।

ପୋଲିସର ସୂଚନାନୁସାରେ, ମହାଡ ତହସିଲର ତଲାଇ ଗ୍ରାମରେ ଲଗାତାର ବର୍ଷା ହେତୁ ପର୍ବତରେ ଭୂସ୍ଖଳନ ହୋଇଛି । ଏହା ତଳେ 35 ଟି ଘର ପୋତି ହୋଇଯାଇଛି । ଏହି ଦୁର୍ଘଟଣାରେ 36 ଜଣଙ୍କର ମୃତ୍ୟୁ ହୋଇଛି । ତଲାଇରେ 32 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଖାର ସୂତାର ୱାଡିରେ 4 ଜଣଙ୍କର ମୃତ୍ୟୁ ହୋଇଛି । 70 ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । 15 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ 30 ରୁ ଅଧିକ ମାଟି ତଳେ ଫସି ରହିଛନ୍ତି ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କ୍ଷତିପୂରଣ ଘୋଷଣା କରିଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କୁ 2 ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯାଇଥିବାବେଳେ ଆହତମାନଙ୍କୁ 50,000 ଟଙ୍କା ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ।

ରାଇଗଡ ଜିଲ୍ଲାପାଳ ନିଧି ଚୌଧୁରୀ କହିଛନ୍ତି ଯେ ଜିଲାରେ ଭୂସ୍ଖଳନ ହେତୁ ମୋଟ 36 ଜଣଙ୍କର ମୃତ୍ୟୁ ହୋଇଛି । ଯେତେବେଳେ କି 30 ଜଣ ଲୋକ ଫସି ରହିଛନ୍ତି । NDRF ଦଳ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିସହ ସତାରାରେ ମଧ୍ୟ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନିଖୋଜ ଅଛନ୍ତି । 27 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ସମୀକ୍ଷା କରୁଛନ୍ତି । ସେ କହିଛନ୍ତି, ଯେଉଁଠାରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ସ୍ଥାନାନ୍ତର କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି । ଆସନ୍ତା ତିନି ଦିନ ପାଇଁ କୋଙ୍କଣ, ମୁମ୍ବାଇ ଏବଂ ଏହାର ଆଖପାଖ ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ବର୍ଷା ହେତୁ କୋଙ୍କଣ ରେଳ ମାର୍ଗରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ବର୍ଷା ହେତୁ ରତ୍ନଗିରି ଜିଲ୍ଲାରେ ରେଳ ସେବା ସ୍ଥଗିତ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Land Slide In Raigad District Of Maharashtra Due To heavy Rain, 36 dead
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X