ହରିୟାଣାରେ ପାହାଡ଼ ଧସି 3 ମୃତ, 20-25 ଜଣ ଲୋକ ଦବି ରହିଥିବା ଆଶଙ୍କା
ହରିୟାଣାର ଭିୱାନୀ ଠାରେ ଆରବଳୀ ପର୍ବତରେ ପାହାଡ ଭୁଶୁଡ଼ିବା ଦୁର୍ଘଟଣା ପରେ 3 ଜଣଙ୍କ ମୃତଦେହ ମିଳିଛି । ଅନେକ ନିଖୋଜ ଲୋକଙ୍କ ପାଇଁ ସନ୍ଧାନ କାର୍ଯ୍ୟ ଜାରି ରହିଛି ।
ଭିୱାନୀ : ହରିୟାଣାର ଭିୱାନୀ ଠାରେ ଆରବଳୀ ପର୍ବତରେ ପାହାଡ ଭୁଶୁଡ଼ିବା ଦୁର୍ଘଟଣା ପରେ 3 ଜଣଙ୍କ ମୃତଦେହ ମିଳିଛି । ଅନେକ ନିଖୋଜ ଲୋକଙ୍କ ପାଇଁ ସନ୍ଧାନ କାର୍ଯ୍ୟ ଜାରି ରହିଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ପାହାଡ଼ ଧସିବାରୁ ପଥର ତଳେ 20-25 ଜଣ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଛତିଶଗଡ ଏବଂ ରାଜସ୍ଥାନର ଶ୍ରମିକ ଥିଲେ । ବଡ଼ ପଥର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

ଏଥିସହିତ ପୋଲିସ-ପ୍ରଶାସନ ଗଣମାଧ୍ୟମକୁ ଘଟଣାସ୍ଥଳକୁ ଯିବାକୁ ବାରଣ କରିଛି । ଏଭଳି ପରିସ୍ଥିତିରେ, କେତେ ଲୋକ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହେବାନେଇ ଅଧିକ ସମୟ ଲାଗିପାରେ । ପୋଲିସର ସୂଚନାନୁସାରେ, ଭୂସ୍ଖଳନ ଭଳି ଘଟଣା ଘଟିଛି ଏବଂ ଅଘଟଣ ଭୟ ଥିବାରୁ କାହାକୁ ସେଠାରେ କାହାକୁ ଅନୁମତି ଦିଆଯାଉ ନାହିଁ । ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ ଉକ୍ତ ସ୍ଥାନରେ NGT ର ନିଷେଧାଦେଶ ହେତୁ ଖଣି କାମ ଉପରେ ପ୍ରତିବନ୍ଧକ ଲାଗିଥିଲା । ତେବେ ଶୁକ୍ରବାର ଦିନ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଯାହା ପରେ ତୋଶାମର ଡାଡମ ଅଞ୍ଚଳରେ ଖଣି କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆଜି, ନୂଆ ବର୍ଷର ପ୍ରଥମ ଶନିବାର ଦିନ, ଖଣି ଖନନ ସମୟରେ ପର୍ବତ ଭୁଶୁଡ଼ି ପଡ଼ିଲା ଏବଂ ଅନେକ ଲୋକ ଫସି ରହିଛନ୍ତି ।
ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସପି ଅଜିତ୍ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।












Click it and Unblock the Notifications