ମଣିପୁର ଟେରିଟେରାଲ୍ ଆର୍ମି କ୍ୟାମ୍ପରେ ଭୂସ୍ଖଳନ : 7 ଜଣଙ୍କର ମୃତ୍ୟୁ, 45 ଜଣ ନିଖୋଜ
ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଅନେକ ଦିନ ଧରି ବର୍ଷା ଲାଗି ରହିବା ଫଳରେ କ୍ରମାଗତ ଭାବରେ ପାହାଡ ଅଞ୍ଚଳରେ ଭୂସ୍ଖଳନ ହେବାର ଖବର ଆସୁଛି । ପ୍ରଶାସନ ଅନୁଯାୟୀ 7 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ 45 ଜଣ ନିଖୋଜ ଅଛନ୍ତି ।
ଇମ୍ଫାଲ : ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଅନେକ ଦିନ ଧରି ବର୍ଷା ଲାଗି ରହିବା ଫଳରେ କ୍ରମାଗତ ଭାବରେ ପାହାଡ ଅଞ୍ଚଳରେ ଭୂସ୍ଖଳନ ହେବାର ଖବର ଆସୁଛି । ବୁଧବାର ରାତିରେ ରାଜ୍ୟର ନୋନି ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ 107 ଟେରିଟୋରିଆଲ ଆର୍ମି କ୍ୟାମ୍ପରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଘଟଣାର କିଛି ସମୟ ପରେ ପ୍ରଶାସନ ଏବଂ ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନ ଅନୁଯାୟୀ 7 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ 45 ଜଣ ନିଖୋଜ ଅଛନ୍ତି । ଏଥିସହିତ ପ୍ରାୟ 13 ଜଣଙ୍କୁ ମାଟି ଗଦା ଭିତରୁ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ଜିରୀବାମ କୁ ଇମ୍ଫାଲ ସହିତ ସଂଯୋଗ କରିବା ପାଇଁ ଏକ ରେଳ ଲାଇନ ନିର୍ମାଣ କରାଯାଉଛି । ଏହାର ସୁରକ୍ଷା ପାଇଁ 107 ଟେରିଟୋରିଆଲ୍ ଆର୍ମି କର୍ମଚାରୀ ନିୟୋଜିତ ହୋଇଥିଲେ । ବୁଧବାର ରାତିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଏହା ପରେ ଗୁରୁବାର ସକାଳେ ସେନା, ଆସାମ ରାଇଫଲ୍ସ, ମଣିପୁର ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସାମରିକ ଅଧିକାରୀଙ୍କ କହିବାନୁସାରେ, ଘଟଣା ପରେ ପାଖାପାଖି 45 ଜଣ ନିଖୋଜ ଥିବା କୁହାଯାଉଛି, ଯେଉଁମାନଙ୍କୁ ଖୋଜା ଚାଲିଛି । ଏଥିରେ ହେଲିକପ୍ଟର ସାହାଯ୍ୟ ମଧ୍ୟ ନିଆଯାଉଛି, କିନ୍ତୁ ଖରାପ ପାଗ ହେତୁ ଉଦ୍ଧାରକାରୀ ଦଳ ନିରନ୍ତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହ କିଛି ଆହତଙ୍କୁ କ୍ୟାମ୍ପ ନିକଟରୁ ସ୍ଥାନାନ୍ତର କରାଯାଇ ନୋନି ଆର୍ମି ମେଡିକାଲ ୟୁନିଟରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଆହତମାନଙ୍କୁ ଇମ୍ଫାଲକୁ ପଠାଯାଉଛି ।












Click it and Unblock the Notifications