Get Updates
Get notified of breaking news, exclusive insights, and must-see stories!

ଯୋଶୀମଠ ପରେ ଆଲିଗଡ଼ରେ ଦବୁଛି ମାଟି, ଅନେକ ଘରେ ଦେଖାଗଲା ଫାଟ

ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସୁଛି । ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର କନୱରିଗଞ୍ଜରେ କେତେକ ଘରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି ।

ଲକ୍ଷ୍ନୌ : ଉତ୍ତରାଖଣ୍ଡରେ ମାଟି ଦବୁଥିବାର ଖବର ଆସିବା ପରେ ଗତ କିଛି ଦିନ ହେବ ସାଧାରଣ ଜନତାଙ୍କ ମନରେ ବଡ଼ ବିପଦର ଆଶଙ୍କା ଭରି ରହିଛି । ଯୋଶୀମଠର ଅନେକ ଘର ଓ ହୋଟେଲରେ ବଡ଼ ବଡ଼ ଫାଟ ହୋଇଥିବା ଦେଖିବାକୁ ମିଳୁଛି । ଏହା ପରେ ବର୍ତ୍ତମାନ ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସୁଛି । ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର କନୱରିଗଞ୍ଜରେ କେତେକ ଘରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଏହାପରେ ସେହି ଅଞ୍ଚଳର ଅନେକ ପରିବାର ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି ।

aligarh

ଘରଗୁଡ଼ିକରେ ଫାଟ ସୃଷ୍ଟି ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଛନ୍ତି । ସ୍ଥାନୀୟ ଲୋକ କହିଛନ୍ତି ଯେ ଗତ କିଛି ଦିନ ହେବ ଆମ ଘରେ ଫାଟ ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ଆମେ ଭୟଭୀତ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛୁ । ଏ ନେଇ ଆମେ ଅଭିଯୋଗ ମଧ୍ୟ କରିଛୁ, କିନ୍ତୁ ନଗରପାଳିକା ଅଧିକାରୀମାନେ କୌଣସି ଠୋସ୍ ପଦକ୍ଷେପ ନେଉନାହାଁନ୍ତି । ସେମାନେ କେବଳ ଆଶ୍ୱାସନା ଦେଉଛନ୍ତି । ଆମ ଘର ଭୁଷୁଡ଼ିପଡ଼ିବ ବୋଲି ଆମେ ଭୟରେ ରହୁଛୁ । ଏପରିକି ଦୁର୍ଘଟଣାର ଆଶଙ୍କା କରି କିଛି ପରିବାର ସେହି ସ୍ଥାନ ଛାଡିଦେଇଛନ୍ତି ।

ଘର ଗୁଡ଼ିକରେ ଫାଟ ପାଇଁ ସ୍ଥାନୀୟ ଲୋକ ପୌରସଂସ୍ଥାକୁ ଦାୟୀ କରିଛନ୍ତି । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ମ୍ୟୁନିସିପାଲିଟି କର୍ପୋରେସନ୍ ସ୍ୱେରେଜ୍ ପାଇଁ ପାଇପଲାଇନ ନେବାକୁ ଏଠାରେ ଖୋଳିଥିଲା । ଏହା ପରଠାରୁ ଏପରି ସମସ୍ୟା ଦେଖାଦେଇଛି ।

ଖନନ ସମୟରେ ପୌରସଂସ୍ଥା ଅବହେଳା ପ୍ରଦର୍ଶନ କରି ଗାତଗୁଡିକୁ ଭଲ ଭାବେ ଭର୍ତ୍ତି କରାଯାଇନଥିଲା । ଏହା ପରେ ସ୍ୱେରେଜ୍ ଏବଂ ବର୍ଷା ଜଳ ଘରର ମୂଳଦୁଆକୁ ଦୁର୍ବଳ କରିଦେଇଛି । ଫଲରେ ଘର ଦବିବା ସହ କାନ୍ଥ ଓ ଛାତରେ ଫାଟ ଦେଖାଦେଉଛି । ଅନ୍ୟପକ୍ଷରେ ମ୍ୟୁନିସିପାଲିଟି କର୍ପୋରେସନର ମୁଖ୍ୟ ଇଞ୍ଜିନିୟର ସତୀଶ ଚନ୍ଦ୍ର ଏ ବାବଦରେ କହିଛନ୍ତି ଯେ ଖାଲ ଥିବା ଘରେ ରହୁଥିବା ଲୋକଙ୍କୁ ସେମାନଙ୍କୁ ଖାଲି କରି ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ମ୍ୟୁନିସିପାଲିଟି କର୍ପୋରେସନ୍ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଆମେ ସର୍ଭେ କରୁଛୁ ।

ସେହିପରି ଆଲିଗଡ ମ୍ୟୁନିସିପାଲ କର୍ପୋରେସନର ଅତିରିକ୍ତ କମିଶନର ରାକେଶ କୁମାର ଯାଦବ କହିଛନ୍ତି ଯେ ବର୍ତ୍ତମାନ ଖବର ଆସିଛି ଯେ ଆଲିଗଡର କିଛି ଘରେ ଫାଟ ସୃଷ୍ଟି ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ତାହା ଜଣା ପଡିନାହିଁ । ବର୍ତ୍ତମାନ ଆମେ ଆମର ଦଳ ପଠାଇବୁ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ସ୍ତରରେ ନିୟମ ଅନୁଯାୟୀ ଯାହା ଆବଶ୍ୟକ ପଦକ୍ଷେପ ନିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+