ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ ଅପରେସନ୍ ସଫଳ, ଝିଅ ରୋହିଣୀ ଆଚାର୍ଯ୍ୟ ଏବଂ ଆରଜେଡି ସୁପ୍ରିମୋ ଉଭୟ ସୁସ୍ଥ
ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ଅପରେସନ୍ ସଫଳ ହୋଇଛି । ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ପାଟନା : ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ଅପରେସନ୍ ସଫଳ ହୋଇଛି । ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପାପାଙ୍କ କିଡନୀ ପ୍ରତିରୋପଣ ଅପରେସନ୍ ସଫଳ ହେବା ପରେ ତାଙ୍କୁ ଅପରେସନ୍ ଥିଏଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । କିଡନୀ ଦାନ କରିଥିବା ବଡ଼ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏବଂ ଜାତୀୟ ଅଧ୍ୟକ୍ଷ ଉଭୟ ସୁସ୍ଥ ଅଛନ୍ତି । ଆପଣଙ୍କ ପ୍ରାର୍ଥନା ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ ।

ଆପଣଙ୍କୁ କହି ରଖୁଛୁ ଝିଅ ରୋହିଣୀ ଆଚାର୍ଯ୍ୟ ପିତା ଲାଲୁ ଯାଦବଙ୍କୁ କିଡନୀ ଦାନ କରିଛନ୍ତି । ଅସ୍ତ୍ରୋପଚାର ପୂର୍ବରୁ ସେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ । ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ରୋହିନୀ ଟ୍ୱିଟରରେ ହସ୍ପିଟାଲ ବେଡରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ କହିଛନ୍ତି ରକ୍ ଆଣ୍ଡ ରୋଲ୍ ପାଇଁ ପ୍ରସ୍ତୁତ, ମୋତେ ଶୁଭକାମନା ଦିଅନ୍ତୁ ।
पापा का किडनी ट्रांसप्लांट ऑपरेशन सफलतापूर्वक होने के बाद उन्हें ऑपरेशन थियेटर से आईसीयू में शिफ्ट किया गया।
डोनर बड़ी बहन रोहिणी आचार्य और राष्ट्रीय अध्यक्ष जी दोनों स्वस्थ है। आपकी प्रार्थनाओं और दुआओं के लिए साधुवाद। 🙏🙏 pic.twitter.com/JR4f3XRCn2
— Tejashwi Yadav (@yadavtejashwi) December 5, 2022
ଶନିବାର ଦିନ ରୋହିଣୀ ମଧ୍ୟ ତାଙ୍କ ପିତାଙ୍କ ପାଇଁ ଏକ ଛୋଟ ଭାବପ୍ରବଣ ନୋଟ୍ ଲେଖିଥିଲେ । ସେ ଟ୍ୱିଟରରେ ଲେଖିଛନ୍ତି ଯେ ଆମେ ଭଗବାନଙ୍କୁ ଦେଖି ନାହୁଁ, କିନ୍ତୁ ପିତାଙ୍କୁ ଭଗବାନଙ୍କ ରୂପରେ ଦେଖିଛୁ । ରୋହିଣୀ କହିଛନ୍ତି ଯେ ତାଙ୍କ ପିତାମାତାଙ୍କୁ ସାହାଯ୍ୟ କରିବା ତାଙ୍କ ଭାଗ୍ୟ । ସେ ଲେଖିଛନ୍ତି ଯେ ମୋର ପିତାମାତା ମୋ ପାଇଁ ଭଗବାନଙ୍କ ପରି ଅଟନ୍ତି । ମୁଁ ସେମାନଙ୍କ ପାଇଁ କିଛି କରିପାରିବି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications