ରାହୁଲଙ୍କୁ ଲାଲୁଙ୍କ ପରାମର୍ଶ... ଏବେ ବାହା ହୋଇ ଯାଅ... ଆମେ ବରଯାତ୍ରୀ ଯିବୁ...
ପାଟନା : ପାଟନାରେ ବିରୋଧୀ ଦଳର ବୈଠକ ବେଳେ ବିହାରର ପୂର୍ବତନ ସିଏମ ଏବଂ ଆରଜେଡି ମୁଖ୍ୟ ଲାଲୁ ଯାଦବ ରାହୁଲ ଗାନ୍ଧୀଙ୍କୁ ଏକ ପରାମର୍ଶ ଦେଇଛନ୍ତି । ଏବେ ବିବାହ କରିବାକୁ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି ।

ସେ ବୈଠକ ସମୟର କହିଛନ୍ତି ଯେ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ଯେ ପୁଅ ଅର୍ଥାତ୍ ରାହୁଲ ଗାନ୍ଧୀ ବିବାହ ପ୍ରସଙ୍ଗରେ ତାଙ୍କ କଥା ଶୁଣୁ ନାହାଁନ୍ତି । ଲାଲୁ ଯାଦବ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ଏବେ ବି ସମୟ ଯାଇନି । ଏବେ ବିବାହ କରିନିଅ ।
"ଏବେ ସମୟ ବିତି ଯାଇ ନାହିଁ । ବିବାହ କରିନିଅ, ଆମେ ବରଯାତ୍ରୀ ଯିବୁ । ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ।" ଏମିତି କହି ଲାଲୁ ପ୍ରସାଦ କଂଗ୍ରେସ ନେତା ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି ।
VIDEO | "Rahul Gandhi didn't follow my suggestion earlier. He should have married before. But still it's not too late," RJD supremo Lalu Prasad Yadav quips at Rahul Gandhi after opposition meeting held in Patna.#OppositionMeeting pic.twitter.com/o22ICLTujM
— Press Trust of India (@PTI_News) June 23, 2023
ଏହା ଶୁଣି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନଙ୍କ ସମେତ ବିରୋଧୀ ଦଳର ସମସ୍ତ ନେତା ହସିବାକୁ ଲାଗିଲେ । ସାମ୍ବାଦିକ ସମ୍ମିଳନୀରେ ଲାଲୁ ତାଙ୍କର ପୁରୁଣା ଢଙ୍ଗରେ ଦେଖିବାକୁ ମିଳିଥିଲେ । ଲାଲୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କରିଛନ୍ତି, ଭଲ କାମ କରିଛନ୍ତି । ଆଦାନୀଙ୍କ କ୍ଷେତ୍ରରେ ମଧ୍ୟ ସେ ଲୋକସଭାରେ ଭଲ କାମ କରିଥିଲେ ।












Click it and Unblock the Notifications