Get Updates
Get notified of breaking news, exclusive insights, and must-see stories!

ଲକ୍ଷ୍ମୀପୁର ଖେରୀ ମାମଲା : ଉତ୍ତରପ୍ରଦେଶ ସରକାରଙ୍କ ଷ୍ଟାଟସ୍ ରିପୋର୍ଟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, କହିଲେ - ଏଥିରେ କିଛି ନାହି

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଷ୍ଟାଟସ୍ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଷ୍ଟାଟସ୍ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ ଏହି ରିପୋର୍ଟରେ ଅଧିକ ସାକ୍ଷୀ ଯାଞ୍ଚ କରାଯାଇଛି ବୋଲି କହିବା ବ୍ୟତୀତ ଅନ୍ୟ କିଛି ନାହିଁ । ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହେମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛି ।

supreme court of India

ଏହି ଘଟଣାର ଶେଷ ଶୁଣାଣି 26 ଅକ୍ଟୋବରରେ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା । ସେହି ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରର କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବାରେ ବିଳମ୍ବ ବିଷୟରେ କହିଥିଲେ ଏବଂ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଘଟଣା ସମୟରେ ଶହ ଶହ ଲୋକ ଉପସ୍ଥିତ ଥିବାବେଳେ କେବଳ 23 ଜଣ ସାକ୍ଷୀ କାହିଁକି ଅଛନ୍ତି ? ଏହା ପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଘଟଣାର ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସାକ୍ଷୀଙ୍କ ବିବୃତ୍ତିକୁ ଶୀଘ୍ର ରେକର୍ଡ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ଅକ୍ଟୋବର 3 ରେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲାର ତିକୁନିଆ ଗ୍ରାମ ନିକଟରେ ହୋଇଥିବା ହିଂସାରେ ଆଠ ଜଣଙ୍କର ପ୍ରାଣ ହାନୀ ହୋଇଥିଲା । ଏଥିମଧ୍ୟରେ ଚାରିଜଣ କୃଷକ, ଜଣେ ସାମ୍ବାଦିକ ଏବଂ ଅନ୍ୟ ତିନିଜଣ ଥିଲେ । ଏହି ମାମଲାରେ ଲକ୍ଷ୍ମୀପୁର ଖେରୀ ସାଂସଦ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଉପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+