For Quick Alerts
Turn On Notification  
For Daily Alerts
Oneindia App Download

ଲକ୍ଷ୍ମୀପୁର ଖେରୀ ଘଟଣାରେ ଆଉ ଜଣେ ଗିରଫ, କାର ଡ୍ରାଇଭରକୁ ଗିରଫ କରିଛି ଏସଆଇଟି

ୟୁପି ପୋଲିସର ସୂଚନାନୁସାରେ, ସମଗ୍ର ମାମଲାର ଯାଞ୍ଚ କରୁଥିବା ଏସଆଇଟି ମଙ୍ଗଳବାର ଦିନ ଚାଷୀଙ୍କ ଉପରେ ଚଢିଥିବା ଏସୟୁଭି କାର ଡ୍ରାଇଭରକୁ ଗିରଫ କରିଛି ।

|

ଲକ୍ଷ୍ମୀପୁର : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ଏସଆଇଟି ତଦନ୍ତ ଜାରି ରହିଛି । 4 ଜଣ କୃଷକଙ୍କ ସମେତ 8 ଜଣଙ୍କ ହତ୍ୟା ମାମଲାରେ ଏସଆଇଟି ଏକ ନୂଆ ଗିରଫ କରିଛି । ୟୁପି ପୋଲିସର ସୂଚନାନୁସାରେ, ସମଗ୍ର ମାମଲାର ଯାଞ୍ଚ କରୁଥିବା ଏସଆଇଟି ମଙ୍ଗଳବାର ଦିନ ଚାଷୀଙ୍କ ଉପରେ ଚଢିଥିବା ଏସୟୁଭି କାର ଡ୍ରାଇଭରକୁ ଗିରଫ କରିଛି ।

Lakhimpur

ଆମେ ଆପଣଙ୍କୁ କହି ରଖୁଛୁ ଯେ ଅକ୍ଟୋବର 3 ରେ, ଏକ ଥର୍ ଜିପ୍ ଏବଂ ଏକ ଏସୟୁଭି ସମେତ ତିନିଟି ଯାନ ଚାଷୀଙ୍କ ଉପରେ ଚଢିଯାଇଥିଲା । ସେଥିମଧ୍ୟରୁ ଏସୟୁଭି କାର ଡ୍ରାଇଭର ଶେଖର ଭାରତୀଙ୍କୁ ପୋଲିସ ଗିରଫ କରିଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଘଟଣା ସମୟରେ ଶେଖର ଭାରତୀ ଏସୟୁଭି କାର ଚଳାଉଥିଲେ । ପୋଲିସ କହିଛି ଯେ ଏସୟୁଭି କାର ଅଙ୍କିତ ଦାସଙ୍କ ନାମରେ ଅଛି, ଯିଏ ଆଶିଷ ମିଶ୍ରଙ୍କ ନିକଟତମ ଲୋକ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅଖିଳେଶ ଦାଶଙ୍କ ପୁତୁରା ।

ଆପଣଙ୍କୁ କହି ରଖୁଛିୁ, ଲକ୍ଷ୍ମୀପୁର ଖେରୀ ଘଟଣାରେ ଏହା ହେଉଛି ଚତୁର୍ଥ ଗିରଫ । ଏହାପୂର୍ବରୁ ଆଶିଷ ମିଶ୍ର ଟେନି, ଲଭକୁଶ ପାଣ୍ଡେ ଏବଂ ଆଶିଷ ପାଣ୍ଡେଙ୍କୁ ଗିରଫ କରାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର କାରଣ ଆମେ ଏପର୍ଯ୍ୟନ୍ତ ଜାଣିପାରି ନାହୁଁ । ଏହି ମାମଲାରେ ପ୍ରଥମ ଗିରଫ ଆଶିଷ ମିଶ୍ରଙ୍କର ହୋଇଥିଲା । ରବିବାର ଦିନ ଏସଆଇଟି ଆଶିଷ ମିଶ୍ରଙ୍କୁ ତଦନ୍ତ କରିବାରେ ସହଯୋଗ କରିନଥିବା ଅଭିଯୋଗରେ ଗିରଫ କରିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lakhimpur Kheri Incident : SIT Arrested SUV Driver
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X