ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ଲକ୍ଷ୍ନୌରେ ଅଶାନ୍ତି, ଅଖିଳେଶ ଯାଦବଙ୍କ ଘର ବାହାରେ ପୋଲିସ୍ ଜିପକୁ ଲଗାଇଲେ ନିଆଁ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ରାଜଧାନୀ ଲକ୍ଷ୍ନୌରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଗୋଟିଏ ପଟେ କଂଗ୍ରେସ ଏବଂ ଅନ୍ୟ ପଟେ ସମାଜବାଦୀ ପାର୍ଟି ୟୁପି ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି ।

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ରାଜଧାନୀ ଲକ୍ଷ୍ନୌରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଗୋଟିଏ ପଟେ କଂଗ୍ରେସ ଏବଂ ଅନ୍ୟ ପଟେ ସମାଜବାଦୀ ପାର୍ଟି ୟୁପି ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଲକ୍ଷ୍ମୀପୁର ଯିବାକୁ ଚାହୁଁଥିଲେ ମଧ୍ୟ ପୋଲିସ ତାଙ୍କୁ ଯିବାକୁ ବାରଣ କରିଥିଲା । ଏହା ବିରୋଧରେ ଅଖିଳେଶ ଯାଦବ ତାଙ୍କ ବାସଭବନ ବାହାରେ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ଧର୍ମଘଟରେ ବସିଥିଲେ, କିନ୍ତୁ ପୋଲିସ ତାଙ୍କ ସମର୍ଥକଙ୍କ ସହ ଅଖିଳେଶ ଯାଦବଙ୍କୁ ଗିରଫ କରିଛି ।

lakhmipur

ଅନ୍ୟପକ୍ଷରେ ଅଖିଳେଶ ଯାଦବଙ୍କ ଘର ନିକଟରେ ଏହି ଘଟଣାକ ନେଇ ବିରୋଧ ଜାରି ରହିଛି । ଅଖିଳେଶ ଯାଦବଙ୍କ ବାସଭବନଠାରୁ ଅଳ୍ପ ଦୂରରେ ପୋଲିସ ଜିପ୍‌ରେ ନିଆଁ ଲଗାଇ ଦିଆଯାଇଛି । ଗିଯାଇଛି। ସମାଜବାଦୀ ପାର୍ଟି କର୍ମୀମାନେ ଅଖିଳେଶ ଯାଦବଙ୍କ ଗିରଫଦାରୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଅଖିଳେଶ ଯାଦବ ପୋଲିସ ଜିପ୍‌ରେ ନିଆଁ ଲାଗି ପୋଲିସକୁ ଦାୟୀ କରିଛନ୍ତି । ଶେଷରେ ପୋଲିସ ଷ୍ଟେସନ ବାହାରେ ପାର୍କିଂ ହୋଇଥିବା ଜିପରେ କିପରି ନିଆଁ ଲାଗିଲା ଏ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଆପଣଙ୍କୁ କହିରଖୁଛୁ, ଲକ୍ଷ୍ମୀପୁର ଖେରୀ ଘଟଣା ସଂପର୍କରେ ଏବେ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଛି । ସମସ୍ତ ଦଳର ବରିଷ୍ଠ ନେତାମାନେ ରବିବାରଠାରୁ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ପ୍ରଶାସନ କାହାକୁ ସେଠାକୁ ଯିବାକୁ ଦେଇନାହାଁନ୍ତି । ଅଖିଳେଶ ଯାଦବଙ୍କ ବ୍ୟତୀତ ପ୍ରଶାସନ ପ୍ରିୟଙ୍କା ଗାନ୍ଧୀଙ୍କୁ ଲକ୍ଷ୍ମୀପୁର ଯିବାକୁ ବାରଣ କରିଥିଲା । ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ପୋଲିସ ହେପାଜତକୁ ନିଆଯାଇଛି । ସେପଟେ ବିଏସପିର ସତୀଶ ଚନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ପ୍ରଦର୍ଶନରେ ହଠାତ୍ ହିଂସା ଦେଖାଦେଇଥିଲା ଯେତେବେଳେ ଏକ କାର 2 କୃଷକଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ଉଭୟ ଚାଷୀଙ୍କ ମୃତ୍ୟୁ ହୋଇଛି । କୃଷକମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ଗାଡିରେ ଚାଷୀମାନଙ୍କୁ ଧକ୍କା ଦିଆଯାଇଥିଲା ତାହା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କ କାର । ଏହି ଘଟଣା ପରେ ଉକ୍ତ ଅଞ୍ଚଳର ଜନତା ରାଗିଯାଇ ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+