For Quick Alerts
Turn On Notification  
For Daily Alerts
Oneindia App Download

ଲକ୍ଷ୍ମୀପୁର ଖେରୀ ମାମଲା : କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେଲେନି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର କ୍ରାଇମ ବ୍ରାଞ୍ଚରେ ହାଜର ହୋଇନାହାଁନ୍ତି । ଆଶିଷ ମିଶ୍ର ଆଜି ସକାଳ 10 ଟାରେ କ୍ରାଇମ ବ୍ରାଞ୍ଚରେ ହାଜର ହେବାର ଥିଲା ।

|

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର କ୍ରାଇମ ବ୍ରାଞ୍ଚରେ ହାଜର ହୋଇନାହାଁନ୍ତି । ଆଶିଷ ମିଶ୍ର ଆଜି ସକାଳ 10 ଟାରେ କ୍ରାଇମ ବ୍ରାଞ୍ଚରେ ହାଜର ହେବାର ଥିଲା । ଏଥିପାଇଁ ପୋଲିସ ଗୁରୁବାର 07 ଅକ୍ଟୋବରରେ ଆଶିଷ ମିଶ୍ରଙ୍କ ଉଭୟ ଘରେ ନୋଟିସ ଲଗାଇଥିଲା । କିନ୍ତୁ ସେ ଦୁଇଜଣ ସାକ୍ଷୀଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇନଥିଲେ ।
ଆପଣଙ୍କୁ କହିରଖୁଛୁ, ଆଶିଷ ମିଶ୍ରଙ୍କ ନାମ ଏଫଆଇଆର କପିରେ ଅଛି, ପୋଲିସ ତାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କରିଛି । ଆଶିଷ ମିଶ୍ର କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ।

Lakhimpur

ନିଜକୁ ନିର୍ଦ୍ଦୋଷ ବୋଲି କହି ଆଶିଷ ମିଶ୍ର ପୋଲିସ ତଦନ୍ତରେ ସହଯୋଗ କରିବା ବିଷୟରେ କହିଥିଲେ । କିନ୍ତୁ ବର୍ତ୍ତମାନ ଆଶିଷ କ୍ରାଇମ ବ୍ରାଞ୍ଚରେ ହାଜର ନହେବା କାରଣରୁ ଅନେକ ପ୍ରଶ୍ନ ଉଠିଛି । ଏଥି ସହ ଆଶିଷ ମିଶ୍ର ନେପାଳ ଯାଇଛନ୍ତି ବୋଲି ମଧ୍ୟ ସୂଚନା ମିଳୁଛି । ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଭିଯୁକ୍ତ ପୁଅ ଆଶିଷ ମିଶ୍ରଙ୍କ ପ୍ରଥମ ସୋକେସନ୍ ଭାରତ-ନେପାଳ ସୀମାରେ ମିଳିଥିଲା । ଏହି ଲୋକେସନ୍ ନେପାଳର ଗୁରୀ ଫେଣ୍ଟା ନିକଟରେ ଥିଲା । ୟୁପି ପୋଲିସ ଜାଣିବାକୁ ପାଇଛି ଯେ ଆଶିଷ ମିଶ୍ର ବାରମ୍ବାର ତାଙ୍କ ସ୍ଥାନ ବଦଳାଉଛନ୍ତି । ଅନ୍ୟପକ୍ଷରେ ଆଶିଷ ମିଶ୍ରଙ୍କ ଘର ବାହାରେ ମଧ୍ୟ ନିରବତା ରହିଛି । ସେ ଘରେ ନାହାଁନ୍ତି ।

ଗୁରୁବାର ଦିନ ଖେରୀ ହିଂସା ମାମଲାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହି ଲୋକଙ୍କ ପଚରାଉଚରା ଚାଲିଛି । ପୋଲିସ କହିଛି ଯେ ଘଟଣା ଦିନ ଗୁଳି ବିନିମୟ ହୋଇଛି ନାହିଁ, ଏହା ଦ୍ୱାରା କେହି ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଠୋସ୍ ସୂଚନା ନାହିଁ ତେଣୁ ଅନ୍ୟ ଉପାୟ ମାଧ୍ୟମରେ ତଦନ୍ତ କରାଯାଉଛି । ଲକ୍ଷ୍ନୌ ଆଇଜି ରେଞ୍ଜ ଲକ୍ଷ୍ମୀ ସିଂ କହିଛନ୍ତି ଯେ ଗିରଫ ହୋଇଥିବା ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି । ଏହି ମାମଲାରେ ପ୍ରାଣ ହରାଇଥିବା ତିନି ଜଣଙ୍କ ଭୂମିକାକୁ ସେ ନିଶ୍ଚିତ କରିଛନ୍ତି । ଟେକ୍ନିକାଲ୍ ଅନୁଯାୟୀ ସେମାନେ ମଧ୍ୟ ଅଭିଯୁକ୍ତ ଅଟନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lakhimpur Kheri Incident : Ashish Mishra Did not Appear Before Crime Branch
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X