ଲକ୍ଷ୍ମୀପୁର ଖେରୀ ମାମଲା : କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେଲେନି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର
ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର କ୍ରାଇମ ବ୍ରାଞ୍ଚରେ ହାଜର ହୋଇନାହାଁନ୍ତି । ଆଶିଷ ମିଶ୍ର ଆଜି ସକାଳ 10 ଟାରେ କ୍ରାଇମ ବ୍ରାଞ୍ଚରେ ହାଜର ହେବାର ଥିଲା ।
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର କ୍ରାଇମ ବ୍ରାଞ୍ଚରେ ହାଜର ହୋଇନାହାଁନ୍ତି । ଆଶିଷ ମିଶ୍ର ଆଜି ସକାଳ 10 ଟାରେ କ୍ରାଇମ ବ୍ରାଞ୍ଚରେ ହାଜର ହେବାର ଥିଲା । ଏଥିପାଇଁ ପୋଲିସ ଗୁରୁବାର 07 ଅକ୍ଟୋବରରେ ଆଶିଷ ମିଶ୍ରଙ୍କ ଉଭୟ ଘରେ ନୋଟିସ ଲଗାଇଥିଲା । କିନ୍ତୁ ସେ ଦୁଇଜଣ ସାକ୍ଷୀଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇନଥିଲେ ।
ଆପଣଙ୍କୁ କହିରଖୁଛୁ, ଆଶିଷ ମିଶ୍ରଙ୍କ ନାମ ଏଫଆଇଆର କପିରେ ଅଛି, ପୋଲିସ ତାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କରିଛି । ଆଶିଷ ମିଶ୍ର କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ।

ନିଜକୁ ନିର୍ଦ୍ଦୋଷ ବୋଲି କହି ଆଶିଷ ମିଶ୍ର ପୋଲିସ ତଦନ୍ତରେ ସହଯୋଗ କରିବା ବିଷୟରେ କହିଥିଲେ । କିନ୍ତୁ ବର୍ତ୍ତମାନ ଆଶିଷ କ୍ରାଇମ ବ୍ରାଞ୍ଚରେ ହାଜର ନହେବା କାରଣରୁ ଅନେକ ପ୍ରଶ୍ନ ଉଠିଛି । ଏଥି ସହ ଆଶିଷ ମିଶ୍ର ନେପାଳ ଯାଇଛନ୍ତି ବୋଲି ମଧ୍ୟ ସୂଚନା ମିଳୁଛି । ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଭିଯୁକ୍ତ ପୁଅ ଆଶିଷ ମିଶ୍ରଙ୍କ ପ୍ରଥମ ସୋକେସନ୍ ଭାରତ-ନେପାଳ ସୀମାରେ ମିଳିଥିଲା । ଏହି ଲୋକେସନ୍ ନେପାଳର ଗୁରୀ ଫେଣ୍ଟା ନିକଟରେ ଥିଲା । ୟୁପି ପୋଲିସ ଜାଣିବାକୁ ପାଇଛି ଯେ ଆଶିଷ ମିଶ୍ର ବାରମ୍ବାର ତାଙ୍କ ସ୍ଥାନ ବଦଳାଉଛନ୍ତି । ଅନ୍ୟପକ୍ଷରେ ଆଶିଷ ମିଶ୍ରଙ୍କ ଘର ବାହାରେ ମଧ୍ୟ ନିରବତା ରହିଛି । ସେ ଘରେ ନାହାଁନ୍ତି ।
ଗୁରୁବାର ଦିନ ଖେରୀ ହିଂସା ମାମଲାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହି ଲୋକଙ୍କ ପଚରାଉଚରା ଚାଲିଛି । ପୋଲିସ କହିଛି ଯେ ଘଟଣା ଦିନ ଗୁଳି ବିନିମୟ ହୋଇଛି ନାହିଁ, ଏହା ଦ୍ୱାରା କେହି ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଠୋସ୍ ସୂଚନା ନାହିଁ ତେଣୁ ଅନ୍ୟ ଉପାୟ ମାଧ୍ୟମରେ ତଦନ୍ତ କରାଯାଉଛି । ଲକ୍ଷ୍ନୌ ଆଇଜି ରେଞ୍ଜ ଲକ୍ଷ୍ମୀ ସିଂ କହିଛନ୍ତି ଯେ ଗିରଫ ହୋଇଥିବା ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି । ଏହି ମାମଲାରେ ପ୍ରାଣ ହରାଇଥିବା ତିନି ଜଣଙ୍କ ଭୂମିକାକୁ ସେ ନିଶ୍ଚିତ କରିଛନ୍ତି । ଟେକ୍ନିକାଲ୍ ଅନୁଯାୟୀ ସେମାନେ ମଧ୍ୟ ଅଭିଯୁକ୍ତ ଅଟନ୍ତି ।
-
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଜେଲେନସ୍କିଙ୍କ ପ୍ରସ୍ତାବ, ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଅ, ଇରାନୀ ଡ୍ରୋନ୍ ଆକ୍ରମଣରୁ ..... -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ -
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ.... -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି -
ମୋ ପାଇଁ ସରପ୍ରାଇଜ, ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ଏମିତି କହିଲେ ସୁଜିତ କୁମାର












Click it and Unblock the Notifications