ଲଖୀମପୁର ଖେରୀ ମାମଲା : ଆଶିଷ ମିଶ୍ରଙ୍କ ଜାମିନକୁ ବାତିଲ କଲେ ସୁପ୍ରିମକୋର୍ଟ, ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ
ଲଖୀମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଝଟକା ଲାଗିଛି । ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ କାରଜ କରିଦେଇଛନ୍ତି । ଏଥିସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : ଲଖୀମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଝଟକା ଲାଗିଛି । ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ କାରଜ କରିଦେଇଛନ୍ତି । ଏଥିସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଏକ ବେଞ୍ଚ ସୋମବାର ସକାଳେ ଏହି ଆବେଦନର ଶୁଣାଣି ବେଳେ ରାୟ ଦେଇଛନ୍ତି ।

ଜାମିନ ରଦ୍ଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ୍ ଦ୍ୱାରା ଦିଆଯାଇଥିବା ଜାମିନ ତରବରିଆ ନିଷ୍ପତ୍ତି ଥିଲା । ହାଇକୋର୍ଟ ପୀଡିତ ପକ୍ଷକୁ ନଶୁଣି ଏକତରଫା ଜାମିନ ଦେଇଥିଲେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୀଡିତ ପକ୍ଷ ଓ ଅନ୍ୟ ବିନ୍ଦୁ ଉପରେ ବିଚାର କରି ସର୍ବୋଚ୍ଚ ଅଦାଲତ ତୁରନ୍ତ ଜାମିନ ରଦ୍ଦ କରିବାକୁ କହିଥିଲେ ।
ଆଜିର ଆଦେଶନାମାରେ ସୁପ୍ରିମ୍ କୋର୍ଟ କହିଛନ୍ତି, ହାଇକୋର୍ଟ କେତେକ ଅପ୍ରାସଙ୍ଗିକ ବିଷୟ ଏବଂ ମାମଲାକୁ ବିଚାରକୁ ନେଇଛନ୍ତି। 'ଏଫ୍ଆଇଆର୍' ଉପରେ ଅଯଥା ପ୍ରାଧାନ୍ୟ ଦେବାର କୌଣସି ନ୍ୟାୟିକ ଆବଶ୍ୟକତା ନ ଥିଲା।
ଆହ୍ଲାବାଦ ହାଇକୋର୍ଟ ଫେବୃଆରୀ 10 ତାରିଖରେ ଆଶୀଷଙ୍କୁ ଜାମିନ ଦେଇଥିଲେ । ଫେବୃଆରୀ 15 ତାରିଖରେ ଆଶୀଷ 129 ଦିନ ଜେଲରେ ରହିବା ପରେ ବାହାରକୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ଲଖୀମପୁର ଖେରୀର ତିକୁନିଆରେ ଅକ୍ଟୋବର 3 ତାରିଖ ଦିନ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢିଯାଇଥିଲା । ତିନୋଟି ଗାଡି ଚାଷୀଙ୍କ ଉପରକୁ ମାଡିଯାଇଥିଲା । ଏହି ଗାଡି ମଧ୍ୟରୁ ଗୋଟିକରେ ଆଶୀଷ ଥିଲେ । ଯେଉଁଥିର 4 ଜଣ ଚାଷୀଙ୍କ ସହିତ 8 ଜଣ ପ୍ରାଣ ହରାଇଥିଲେ ।












Click it and Unblock the Notifications