ଲକ୍ଷ୍ମୀପୁର ଖେରୀ ମାମଲା : ସାମ୍ନାକୁ ଆସିଲା କୃଷକଙ୍କ ମତ୍ୟୁର ତଥ୍ୟ, କଣ କହୁଛି ପୋଷ୍ଟ ମର୍ଟମ ରିପୋର୍ଟ
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଗୁଳି ଆଘାତ ଯୋଗୁଁ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନାହିଁ । ମସ୍ତିଷ୍କରେ ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲଖ ରହିଛି ।
ଲକ୍ଷ୍ନୌ : ରବିବାର ଦିନ ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଚାରିଜଣ କୃଷକ, ତିନିଜଣ ବିଜେପି କର୍ମୀ ଏବଂ ଜଣେ ସାମ୍ବାଦିକ ମଧ୍ୟ ସାମିଲ ଅଛନ୍ତି । ଏହି ହିଂସାରେ ପ୍ରାଣ ହରାଇଥିବା ସମସ୍ତ ଆଠ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଗୁଳି ଆଘାତ ଯୋଗୁଁ କୌଣସି ଚାଷୀଙ୍କ ମୃତ୍ୟୁ ହୋଇନାହିଁ । ମସ୍ତିଷ୍କରେ ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲଖ ରହିଛି । ପୋଷ୍ଟମର୍ଟମ ରିପୋର୍ଟରେ ହାଡ଼ ଭାଙ୍ଗିଥିବା ଏବଂ ଆଘାତ ଲାଗିଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

ଆପଣଙ୍କୁ କହି ରଖୁଛୁ, ସମସ୍ତ ମୃତ ଦେହର ପୋଷ୍ଟମର୍ଟମ ସୋମବାର (ଅକ୍ଟୋବର 04) ଡାକ୍ତରଙ୍କ ଏକ ପ୍ୟାନେଲ ଦ୍ୱାରା କରାଯାଇଥିଲା, ଯାହାର ରିପୋର୍ଟ ବିଳମ୍ବିତ ରାତି ସୁଦ୍ଧା ଆସିଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କ ଶବଦାହ କରାଯାଇଥିଲା । ଏହି ସମୟରେ କୃଷକ ଗୁରୁବିନ୍ଦର ସିଂଙ୍କ ଶେଷକୃତ୍ୟ ବନ୍ଦ ରଖାଯାଇଥିବା ଖବର ରହିଛି । ପୋଷ୍ଟ ମର୍ଟମ ମିଲିନଥିବା କାରଣରୁ ଅନ୍ତିମ ସଂସ୍କାର ହୋଇନାହିଁ । ଗୁଳି ଲାଗି ଗୁରୁବିନ୍ଦର ସିଂଙ୍କର ମୃତ୍ୟୁ ହୋଇଥିବା କୃଷକମାନେ ଅଭିଯୋଗ କରିଛନ୍ତି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ଗୁଳି ଲାଗିଥିବା କଥା ଉଲ୍ଲେଖ କରାଯାଇ ନାହିଁ ।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲକ୍ଷ୍ମୀପୁର ଖେରୀକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ କୃଷକ ମାନେ ତାଙ୍କୁ କଳା ପତାକା ଦେଖାଇ ବିରୋଧ କରିଥିଲେ । ଏହାକୁ ଦେଖି ଅଟକିବା ପରିବର୍ତ୍ତେ ଗାଡ଼ି ଚାଳକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ, ଯାହାଫଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications