ଲକ୍ଷ୍ମୀପୁର ଖେରୀ : ଯଦି ମୋ ପୁଅ ଦୋଷୀ ସାବ୍ୟସ୍ତ ହୁଏ ତେବେ ମୁଁ ଇସ୍ତଫା ଦେବି - ମନ୍ତ୍ରୀ ଅଜୟ ମିଶ୍ର
କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି, 'ଲକ୍ଷ୍ମୀପୁର ଖେରୀର ଯେଉଁଠାରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୋ ପୁଅର ଉପସ୍ଥିତି ବିଷୟରେ କୌଣସି ପ୍ରମାଣ ଥିଲେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ।'
ନୂଆଦିଲ୍ଲୀ : କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ଯେ ଯଦି ତାଙ୍କ ପୁଅ ଲକ୍ଷ୍ମୀପୁର ଖେରୀ ଘଟଣାରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେବେ । କୃଷକ ସଂଗଠନ ଦାବି କରିଛି ଯେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ କାର ସେଠାରେ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଚଢିଯାଇଛ । ଚାରିଆଡ଼ୁ ଚାପର ସମ୍ମୁଖୀନ ହେଉଥିବା ଅଜୟ ମିଶ୍ର ଟେନି କହିଛନ୍ତି ଯେ ଯଦି ଲକ୍ଷ୍ମୀପୁର ଖେରୀରେ ହିଂସା ଘଟିଥଲା ସେହି ସ୍ଥାନରେ ତାଙ୍କ ପୁଅର ଉପସ୍ଥିତି ବିଷୟରେ କୌଣସି ପ୍ରମାଣ ଥିଲେ ସେ ନିଜ ପଦ ଛାଡିବେ । ଏହି ଘଟଣାରେ ଏବଂ ଏହା ପରେ ହୋଇଥିବା ହିଂସାରେ ମୋଟ 8 ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଏହି ପ୍ରସଙ୍ଗରେ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି, 'ଲକ୍ଷ୍ମୀପୁର ଖେରୀର ଯେଉଁଠାରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୋ ପୁଅର ଉପସ୍ଥିତି ବିଷୟରେ କୌଣସି ପ୍ରମାଣ ଥିଲେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ।'
ରବିବାର ଦିନ ସେଠାରେ ହୋଇଥିବା ହିଂସାରେ ଚାରି ଜଣ କୃଷକଙ୍କ ସମେତ ମୋଟ 8 ଜଣଙ୍କର ମୃତ୍ୟୁ ହୋଇଛି । କୃଷକଙ୍କ ବିରୋଧ ସମୟରେ ଏହି ହିଂସା ଘଟିଥିଲା । କୃଷକ ସଂଗଠନ ଦାବି କରିଛି ଯେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡି ବିକ୍ଷୋଭକାରୀଙ୍କ ଉପରକୁ ଚଢିଯାଇଥିଲା । କିନ୍ତୁ, ଅଜୟ ମିଶ୍ର କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ତାଙ୍କ ପୁଅ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ।












Click it and Unblock the Notifications