କୋଲକାତା ରେଲବାଇ ବିଲ୍ଡିଂରେ ଅଗ୍ନିକାଣ୍ଡ, 9 ମୃତ
କୋଲକାତାର ଷ୍ଟ୍ରାଣ୍ଡ ରୋଡସ୍ଥିତ ଏକ ବିଲ୍ଡିଂର 13 ତମ ମହଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ 4 ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ 9 ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିଥିବା କୋଠାଟି ରେଳବାଇର ଅଟେ ।
କୋଲକାତା : କୋଲକାତାର ଷ୍ଟ୍ରାଣ୍ଡ ରୋଡସ୍ଥିତ ଏକ ବିଲ୍ଡିଂର 13 ତମ ମହଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ 4 ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ 9 ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିଥିବା କୋଠାଟି ରେଳବାଇର ଅଟେ । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଏହି ଘଟଣାରେ 4 ଜଣ ଅଗ୍ନିଶମ କର୍ମଚାରୀ, 2 ଜଣ ରେଳ କର୍ମଚାରୀ ଏବଂ ଜଣେ ପୋଲିସ ଏଏସଆଇ ସମେତ 9 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି ।

ଏହି ଘଟଣାରେ ମମତା ବାନାର୍ଜୀ ସରକାର ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏଥି ସହ ପ୍ରଧାନମନ୍ତ୍ରୀ କୋଲକାତାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଏବଂ ଗୁରୁତର ଆହତମାନଙ୍କୁ 50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଲକାତାର ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରି ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମଙ୍ଗଳବାର (ମାର୍ଚ୍ଚ 9) ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, କୋଲକାତାରେ ଅଗ୍ନିକାଣ୍ଡ ଯୋଗୁଁ ଲୋକଙ୍କ ପ୍ରାଣ ହାନୀ ହୋଇଛି । ଏହି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ରହିଛି । ଆହତଙ୍କୁ ଯଥାଶୀଘ୍ର ଚିକିତ୍ସା କରି ଆରୋଗ୍ୟ କରାଯାଉ ।
ରାତି ଅଧରେ ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ମମତାଙ୍କ ବ୍ୟତୀତ ମନ୍ତ୍ରୀ ସୁଜିତ ବୋଷ ଏବଂ ଫିରହାଦ ହାକିମ ମଧ୍ୟ ଉପସ୍ଥିତ ଥିଲେ । ଘଟଣାସ୍ଥଳ ପରିଦର୍ଶନ କରିବାବେଳେ ମମତା କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦାୟକ । ପ୍ରତ୍ୟେକ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯିବ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ।"
ମମତା ବାନାର୍ଜୀ ଆହୁରି କହିଛନ୍ତି, ଆମର 7 ଜଣଙ୍କର ମୃତ୍ୟୁ ହୋଇଛି (ବର୍ତ୍ତମାନ 9) । ସେଥିମଧ୍ୟରୁ 4 ଜଣ ଅଗ୍ନିଶମ କର୍ମଚାରୀ । ସେହି ସ୍ଥାନରେ ପହଞ୍ଚିବାକୁ ଲିଫ୍ଟ ମାଧ୍ୟମରେ ଯାଉଥିବା ସମୟରେ ସେଥିରେ କରେଣ୍ଟ ଆସିବାରୁ ଏପରି ଦୁର୍ଘଟଣା ହୋଇଛି ।
ରେଳବାଇ ଉପରେ ଦୋଷ ଲଦିଲେ ମମତା
ମମତା ବାନାର୍ଜୀ ରେଳବାଇରେ ଅବହେଳା କରିଥିବା ଅଭିଯୋଗ କରି କହିଛନ୍ତି ଯେ, ଏହି କୋଠାଟି ରେଳବାଇର । ଏହା ତାଙ୍କର ଦାୟିତ୍ୱ କିନ୍ତୁ ସେମାନେ କୋଠାର ନକ୍ସା ପ୍ରଦାନ କରିବାରେ ଅସମର୍ଥ ହୋଇଥିଲେ । ଆମର ଅଗ୍ନିଶମ ବିଭାଗ ରେଳବାଇ ଲୋକଙ୍କୁ ବିଲ୍ଡିଂ ଭିତରକୁ ଯିବା ଲାଗି ଏହାର ନକ୍ସା ମାଗିଥିଲେ, କିନ୍ତୁ କୌଣସି ସାହାଯ୍ୟ କରାଗଲା ନାହିଁ । ମୁଁ ଏହି ଦୁଃଖଦ ଘଟଣା ଉପରେ ରାଜନୀତି କରିବାକୁ ଚାହୁଁ ନାହିଁ ।
The property belongs to railways, it's their responsibility but they were unable to provide map of building. I don't want to do politics over the tragedy but no one from railways has come here: West Bengal Chief Minister Mamata Banerjee at #kolkatafire incident site last night pic.twitter.com/KCaRyZgpWy
— ANI (@ANI) March 8, 2021
ଆପଣଙ୍କୁ କହି ରଖୁଛୁ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି, ସେଠାରେ ପୂର୍ବତଟ ରେଳବାଇ ଏବଂ ଦକ୍ଷିଣ ପୂର୍ବ ରେଳବାଇର ଜୋନାଲ କାର୍ଯ୍ୟାଳୟ ଅଛି ଏବଂ ତଳ ମହଲାରେ ଏକ କମ୍ପ୍ୟୁଟରୀକରଣ ଟିକେଟ୍ ବୁକିଂ କେନ୍ଦ୍ର ଅଛି । ପୂର୍ବାଞ୍ଚଳ ରେଳବାଇର ଜେନେରାଲ ମ୍ୟାନେଜର ମନୋଜ ଯୋଶୀ କହିଛନ୍ତି ଯେ, ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ପାଇଁ ରେଳବାଇ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ଦଳ ଗଠନ କରାଯିବ । କୌଣସି ପ୍ରକାର ଅନୁସନ୍ଧାନରେ ଆମେ ରାଜ୍ୟ ସହ ସହଯୋଗ କରିବୁ ।
Officers of railways were present there, efforts were being made for whatever was required. Maybe any map wasn't made available immediately, staff members of railways were present to guide about the building: Manoj Joshi, General Manager Eastern Railway #kolkatafire pic.twitter.com/htJ7xx9YC9
— ANI (@ANI) March 8, 2021
ମନୋଜ ଯୋଶୀ ଆହୁରି ମଧ୍ୟ କହିଛନ୍ତି, ଏହି ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଭାବିତ ହୋଇଛି । ତେଣୁ ଏହି ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । CRIS ମାଧ୍ୟମରେ ବିପର୍ଯ୍ୟୟ ପୁନରୁଦ୍ଧାର ବ୍ୟବସ୍ଥା ମାଧ୍ୟମରେ ଏହାର ରିକଭରି କରାଯିବ । ସେ କହିଛନ୍ତି ଯେ ରେଳ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ, ଯାହା ଆବଶ୍ୟକ ଥଲା ତାହା କରିବାକୁ ଚେଷ୍ଟା କରାଯାଉଥିଲା । ଯଦିଓ କୌଣସି ନକ୍ସା ପ୍ରଦାନ କରାଯାଇ ପାରିନଥିଲା, କିନ୍ତୁ ରେଳ କର୍ମଚାରୀମାନେ ବିଲ୍ଡିଂର ମାର୍ଗଦର୍ଶନ ପାଇଁ ସେଠାରେ ଉପସ୍ଥିତ ଥିଲେ ।












Click it and Unblock the Notifications