ପାସପୋର୍ଟ ସହ ଲିଙ୍କ କରିପାରିବେ ଟିକା ପ୍ରମାଣପତ୍ର, ଜାଣନ୍ତୁ କ'ଣ ରହିଛି ପ୍ରକ୍ରିୟା
ଆରୋଗ୍ୟ ସେତୁ ଆପ୍ ର ଟ୍ୱିଟ୍ ଅନୁସାରେ ବର୍ତ୍ତମାନ ଆପଣ ପାସପୋର୍ଟ ନମ୍ବରକୁ ଟିକା ପ୍ରମାଣ ପତ୍ର ସହ ଲିଙ୍କ କରିପାରିବେ । ଏପରିକି ଯଦି ଟିକା ପ୍ରମାଣ ପତ୍ରରେ କିଛି ଭୁଲ୍ ଥାଏ ତାହା ସଂଶୋଧନ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।
ନୂଆଦିଲ୍ଲୀ : ଟିକା ସ୍ଲଟ୍ ବୁକ୍ କରିବା ପାଇଁ ବ୍ୟବହୃତ ହେଉଥିବା କେନ୍ଦ୍ର ସରକାରଙ୍କ କୋ-ୱିନ୍ ପୋର୍ଟାଲ୍ ବର୍ତ୍ତମାନ ବିଦେଶକୁ ଯିବାକୁ ଥିବା ଲୋକଙ୍କ ପାଇଁ ଆଣିଛି ଆଉ ଏକ ସୁବିଧା । ବିଦେଶକୁ ଯିବା ପାଇଁ ଟୀକାକରଣ କରାଇଥିବା ବାଧ୍ୟତାମୂଳକ ଘୋଷଣା ପରେ ସମସ୍ତ ବିଦେଶ ଯାତ୍ରୀଙ୍କୁ ଟିକା ପ୍ରମାଣ ପତ୍ର ଦେଖାଇବାକୁ ହେବ । ଏହି ସମୟରେ ଏହି ପ୍ରକ୍ରିୟାକୁ ଆହୁରି ସରଳ କରିଦେଇଛି କୋ-ୱିନ୍ ପୋର୍ଟାଲ୍ ।

ଆରୋଗ୍ୟ ସେତୁ ଆପ୍ ର ଟ୍ୱିଟ୍ ଅନୁସାରେ ବର୍ତ୍ତମାନ ଆପଣ ପାସପୋର୍ଟ ନମ୍ବରକୁ ଟିକା ପ୍ରମାଣ ପତ୍ର ସହ ଲିଙ୍କ କରିପାରିବେ । ଏପରିକି ଯଦି ଟିକା ପ୍ରମାଣ ପତ୍ରରେ କିଛି ଭୁଲ୍ ଥାଏ ତାହା ସଂଶୋଧନ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।
ଆରୋଗ୍ୟ ସେତୁ ଆପ୍ର ଅଫିସିଆଲ ଆକାଉଣ୍ଟରୁ ଏ ସମ୍ପର୍କରେ ଟ୍ୱିଟ କରାଯାଇଛି । ଏଥିରେ କୁହାଯାଇଛି ଯେ "ବର୍ତ୍ତମାନ ଆପଣମାନେ ନିଜର ପାସପୋର୍ଟ ନମ୍ବରକୁ ଟିକାକରଣ ପ୍ରମାଣପତ୍ରରେ ଅପଡେଟ୍ କରିପାରିବେ।"
ଟିକା ପ୍ରମାଣ ପତ୍ର ସହ କିପରି ଲିଙ୍କ କରିବେ ପାସପୋର୍ଟ
- କୋ-ୱିନର ଅଫିସିଆଲ୍ ୱେବସାଇଟ୍ www. cowin.gov.in କୁ ପ୍ରବେଶ କରନ୍ତୁ ।
- 'Raise an issue' ବିକଳ୍ପ ବାଛନ୍ତୁ ।
- ଏହା ପରେ ପାସପୋର୍ଟ ବିକଳ୍ପ ବାଛି ଡ୍ରପ୍ ଡାଉନ୍ ମେନୁରୁ ସେହି ବ୍ୟକ୍ତିଙ୍କୁ ବାଛନ୍ତୁ, ଯାହାର ଟିକାକରଣ ପ୍ରମାଣପତ୍ରରେ ଆପଣ ପାସପୋର୍ଟ ନମ୍ବର ଅପଡେଟ୍ କରିବାକୁ ଚାହୁଁଛନ୍ତି ।
- ଏହା ପରେ ପାସପୋର୍ଟ ନମ୍ବର ପ୍ରବେଶ କରି ବିବରଣୀ ଦାଖଲ କରନ୍ତୁ ।
Now you can update your Passport number in your vaccination certificate.
Login to https://t.co/S3pUooMbXX.
Select Raise a Issue
Select the passport optionSelect the person from the drop down menu
Enter passport number
SubmitYou will receive the new certificate in seconds. pic.twitter.com/Ed5xIbN834
— Aarogya Setu (@SetuAarogya) June 24, 2021
କିପରି ସଂଶୋଧନ କରିବେ ବ୍ୟକ୍ତିଗତ ସୂଚନା
- ଅଫିସିଆଲ୍ ୱେବସାଇଟ୍ www. cowin.gov.in. ରେ ଲଗ ଇନ କରନ୍ତୁ ।
- 'Raise an issue' ବିକଳ୍ପ ବାଛନ୍ତୁ ।
- ଏହା ପରେ 'Correction in certificate' ବିକଳ୍ପ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ ମେନୁରୁ ବିବରଣୀ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବାଛନ୍ତୁ ।
- ଏହା ପରେ ବିବରଣୀ ପରିବର୍ତ୍ତନ କରି ସବମିଟ ବିକଳ୍ପ ଉପରେ କ୍ଲିକ କରନ୍ତୁ ।












Click it and Unblock the Notifications