Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ର ଦିବସ ପରେଡ୍ ଦେଖିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ, କିପରି ଏବଂ କେଉଁଠୁ ପାଇବେ ଟିକେଟ୍

କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସର ପରେଡ୍ ଦେଖିବାକୁ ହେଲେ ଜାଣନ୍ତୁ କେଉଁଠୁ ଏବଂ କିପରି ପାଇବେ ଟିକେଟ୍ । କିପରି ବୁକ୍ କରିବେ ଅନଲାଇନ୍ ଟିକେଟ୍ ।

parade

ନୂଆଦିଲ୍ଲୀ: ସାରା ଦେଶ 26 ଜାନୁୟାରୀ 2023 ରେ ଏହାର 74 ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏ ନେଇ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡିଆ ଗେଟ୍ ଠାରେ ପରେଡ୍ ଆୟୋଜିତ ହୁଏ । ଏହି ପରେଡ୍ ରେ ଭାରତୀୟ ସେନା ନିଜର ଶକ୍ତି ପ୍ରଦର୍ଶନ କରେ । ଏହା ବାଦ୍ ଅନେକ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ନିଜ ନିଜ ରାଜ୍ୟର ସଂସ୍କୃତି ଓ ରାଜ୍ୟ ସରକାରଙ୍କ ଯୋଜନା ଆଦି ପ୍ରଦର୍ଶିତ ହୁଏ । ସେହିପରି ତିନି ସେନା ଓ ଅନ୍ୟ ମାନଙ୍କ ପକ୍ଷରୁ ମାର୍ଚ୍ଚ ମଧ୍ୟ ଅନୁଷ୍ଠିତ ହୁଏ ।

ଆପଣ ମଧ୍ୟ ଏହି ବିଶେଷ ମୁହୂର୍ତ୍ତକୁ ନିକଟରୁ ଦେଖି ଭାରତୀୟ ହେବାର ଗର୍ବ ଅନୁଭବ କରିବାକୁ ଚାହୁଁଥିବେ । ସାଧାରଣ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏ ନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି । ସାଧାରଣ ଲୋକ ମଧ୍ୟ କର୍ତ୍ତବ୍ୟ ପଥରେ ରହି ଗଣତନ୍ତ୍ର ଦିବସରେ ନିଜକୁ ସାମିଲ କରିୁପାରିବେ । ସରକାର ଏ ନେଇ ଟିକେଟ୍ ବ୍ୟବସ୍ଥା କରିଛନ୍ତି । ତେବେ ଆସନ୍ତୁ ଜାଣିବା, 26 ଜାନୁଆରୀ 2023 ପାଇଁ କିପରି ବୁକ୍ କରିବେ ଆପଣଙ୍କ ଟିକେଟ୍

ଅଫିସିଆଲ ୱେବସାଇଟରେ ପ୍ରତିଦିନ ସକାଳ 9 ଟାରୁ ଟିକେଟ ଅନଲାଇନରେ ଉପଲବ୍ଧ ହେବ । ଟିକେଟ୍ ବୁକିଂ କରିବା ସମୟରେ ଉପୁଜିଥିବା କୌଣସି ସମସ୍ୟାର ସମାଧାନ ପାଇଁ ଉପଭୋକ୍ତାମାନଙ୍କୁ ଦୁଇଟି ଫୋନ୍ ନମ୍ବର ପ୍ରଦାନ କରିବାକୁ ପଡିବ । ବର୍ଗ ଅନୁଯାୟୀ ଟିକେଟ୍ ମୂଲ୍ୟ 20 ରୁ 500 ଟଙ୍କା ମଧ୍ୟରେ ରହିଥାଏ । ଅନଲାଇନ୍ ରେ ଟିକେଟ୍ ବୁକ୍ କରୁଥିବା ନାଗରିକମାନଙ୍କୁ ଉଦ୍ୟୋଗ ଭବନ ଏବଂ କେନ୍ଦ୍ରୀୟ ସଚିବାଳୟକୁ ମାଗଣା ମେଟ୍ରୋ ଯାତ୍ରା କରିବାର ଅତିରିକ୍ତ ସୁବିଧା ମଧ୍ୟ ଦିଆଯାଉଛି । ସାଧାରଣ ଜନତା ପ୍ରଗତି ମୈଦାନ, ସେନା ଭବନ, ଜନ୍ତର ମନ୍ତର, ଶାସ୍ତ୍ରୀ ଭବନ ଏବଂ ସଂସଦ ଭବନରେ ସ୍ଥାପିତ ବୁଥରେ ଅନଲାଇନରେ ଟିକେଟ ବୁକ୍ କରିପାରିବେ ।

କିପରି ବୁକ୍ କରିବେ ଅନଲାଇନ୍ ଟିକେଟ୍

  1. ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ www.aamantran.mod.gov.in ରେ ସାଇନ୍ ଅପ୍ କରିବାକୁ ହେବ ।
  2. ଆପଣ ଆପଣଙ୍କର ମୋବାଇଲ୍ ନମ୍ବର ପ୍ରଦାନ କରି କିମ୍ବା ୱେବସାଇଟରେ ପଞ୍ଜିକରଣ କରିବେଲ ।
  3. ସ୍ୱାମୀଙ୍କ ନାମ କିମ୍ବା ପିତାଙ୍କ ନାମ, ଜନ୍ମ ତାରିଖ, ମୋବାଇଲ୍ ନମ୍ବର ଏବଂ ସ୍ଥାୟୀ ଠିକଣା ଆଦି ବିବରଣୀଗୁଡିକ ପୂରଣ କରିବେ ।
  4. ଏହା ପରେ ଆଫଣ ଏକ OTP ପାଇବେ ।
  5. ଆପଣ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରୋଗ୍ରାମ୍ ଚୟନ କରିବାକୁ ହେବ । ଏଥିରେ FDR - ରିପବ୍ଲିକ୍ ଡେ ପ୍ୟାରେଡ୍, ରିହର୍ସାଲ୍ - ବିଟିଂ ଦ ରିଟ୍ରିଟ୍, ଆଦି କାର୍ଯ୍ୟକ୍ରମ ରହିଛି ।
  6. ୱେବସାଇଟ୍ ଏହାର ଅଫିସିଆଲ୍ ସାଇଟରେ ଟିକେଟ୍ ପ୍ରକାର, ଉପଲବ୍ଧତା, ମୂଲ୍ୟ ଏବଂ ଏନକ୍ଲୋଜର ଆଦି ଦେଖିପାରିବେ ।
  7. ଏହା ପରେ ଆବଶ୍ୟକ ସୂଚନା ପ୍ରବେଶ କରନ୍ତୁ ଏବଂ ID ପ୍ରମାଣ ଅପଲୋଡ୍ କରିବେ ।
  8. ଉପଭୋକ୍ତା ଗୋଟିଏ ମୋବାଇଲ୍ ନମ୍ବରରୁ 10 ଟି ଟିକେଟ ବୁକ୍ କରିପାରିବେ ।
  9. ID ପ୍ରୁଫ୍ ପାଇଁ ଅଫିସିଆଲ୍ ଆଇଡି- ଆଧାର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଏବଂ ଭୋଟର ID ପରି ସମ୍ପୂର୍ଣ୍ଣ ଠିକଣା ଧାରଣ କରିବା ଉଚିତ୍ ।
  10. ଅପଲୋଡ୍ ହୋଇଥିବା ଫଟୋ 1MB ରୁ କମ୍ ଆକାର ସହିତ .png କିମ୍ବା .jpg ଫର୍ମାଟରେ ରହିବା ଉଚିତ ।
  11. ଶେଷରେ ଶୁଳ୍କ ପୈଠ କରି ଟିକେଟ୍ ବୁକିଂ ପ୍ରକ୍ରିୟା ଶେଷ କରିବେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+