Get Updates
Get notified of breaking news, exclusive insights, and must-see stories!

ଦୁନିଆର ଉତ୍ତର ପୋଲରେ ଦୀର୍ଘତମ ବିମାନ ଉଡ଼ାଣରେ ନିର୍ଦ୍ଦେଶକ ଥିବା କ୍ୟାପଟେନ୍ ଜୋୟା କିଏ... କିପରି ରହିଛି ତାଙ୍କର ପାଇଲଟ୍ ଜୀବନ.

ଏୟାର ଏସିଆର ଏକ ମହିଳା ପାଇଲଟ୍ ଦଳ ଆମେରିକାର ସାନ୍ ଫ୍ରାନସ୍କୋରୁ ବାଙ୍ଗୋଲୋର ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ଉଡ଼ାଣକୁ ସଫଳ କରିଛନ୍ତି । ଏହି ଦୀର୍ଘତମ ଉଡ଼ାଣକୁ ଭାରତୀୟ ମହିଳା କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲଙ୍କ ନିର୍ଦ୍ଦେଶରେ ପରିଚାଳିତ କରାଯାଇଥିଲା ।

ନୂଆଦିଲ୍ଲୀ : ଏୟାର ଏସିଆର ଏକ ମହିଳା ପାଇଲଟ୍ ଦଳ ଆମେରିକାର ସାନ୍ ଫ୍ରାନସ୍କୋରୁ ବାଙ୍ଗୋଲୋର ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ଉଡ଼ାଣକୁ ସଫଳ କରିଛନ୍ତି । ଏହି ଦୀର୍ଘତମ ଉଡ଼ାଣକୁ ଭାରତୀୟ ମହିଳା କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲଙ୍କ ନିର୍ଦ୍ଦେଶରେ ପରିଚାଳିତ କରାଯାଇଥିଲା । ଏ ନେଇ ବେସମାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଏକ ଟ୍ୱିଟ୍ କରି କହିଛନ୍ତି, ଏବେ ମହିଳାମାନେ ଆଗୁଆ ହେଲେଣି । ଶିକ୍ଷାଗତ, ବୃତ୍ତିଗତ ଯୋଗ୍ୟତା ଏବଂ ଆତ୍ମବିଶ୍ୱାସ ଦ୍ୱାରା ମହିଳା ପାଇଲଟ୍ ଦଳ ବିଶ୍ୱର ସବୁଠାରୁ ଦୀର୍ଘତମ ପଥ ବିମାନ ଉଡ଼ାଣ କରିଛନ୍ତି । ମହିଳା ମାନଙ୍କ ଏହି ଉଡା଼ଣ ଏକ ଐତିହାସିତ ସଫଳତା ହାସଲ କିରିଛି ।

Air-India-women-pilot

ଐତିହାସିକ ବିମାନ ଉଡ଼ାଣରେ ଭାରତୀୟ ମହିଳା ପାଇଲଟ୍

ବିଶ୍ୱର ଦୀର୍ଘତମ ବିମାନ ଉଡ଼ାଣ ଉତ୍ତର ପୋଲ ଉପରେ ସାନ ଫ୍ରାନ୍ସିସ୍କୋ ରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଅତିକ୍ରମ କରି ସୋମବାର ଦିନ ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିଛି । ଯାହାର ଦୂରତା ପ୍ରୟା 14 ହଜାର କିଲୋମିଟର ହେବ । ସବୁଠାରୁ ବଡ଼ କଥା ହେଲା ଏହି ବିମାନଟି କେବଳ ମହିଳା ପାଇଲଟଙ୍କ ଉଡ଼ାଯାଇଥିଲା । ଯାହାର ନିର୍ଦ୍ଦେଶକ ଥିଲେ ଏୟାର ଇଣ୍ଡିଆର ଭାରତର ମହିଲା ପାଇଲଟ୍ ଜୋୟା ଅଗ୍ରଓ୍ୱାଲ୍ । ଏହି ଅବସରରେ ସେ କହିଛନ୍ତି, ଅତିହାସ ସୃଷ୍ଟି କରିବାକୁ ମୁଁ ବହୁତ୍ ଉତ୍ସାହିତ । ଏହା ଆମ ପାଇଁ ଏକ ବିଶ୍ୱ ରେକର୍ଡ । ଏଥିଲାଗି ମୁଁ ବହୁତ ଖୁସି ଏବଂ ଉତ୍ସାହିତ ମଧ୍ୟ ।

ଗତ ବର୍ଷ ରଚାଯାଇଥାନ୍ତା ଏହି ରେକର୍ଡ

ଏୟାର ଇଣ୍ଡିଆର ଏହି ଐତିହାସିକ ବିମାନ ଉଡ଼ାଣରେ କ୍ୟାପଟେନ ଜୋୟା ଆଗ୍ରଓ୍ୱାଲଙ୍କ ସହ କ୍ୟାପ୍ଟେନ୍ ଥନମାଇ ପାପାଗାରୀ, କ୍ୟାପ୍ଟେନ ଆକାଂକ୍ଷା ସୋନାୱାରେ ଏବଂ କ୍ୟାପ୍ଟେନ ଶିବାନୀ ମନହସ ଥିଲେ । ଏମାନଙ୍କ ବ୍ୟତୀତ ଏୟାର ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଫ୍ଲାଇଟ୍ ସେଫ୍ଟି) କ୍ୟାପଟେନ ନିବେଦିତା ଭସୀନ୍ ମଧ୍ୟ ଏହି ବିମାନରେ ଯାତ୍ରା କରିଥିଲେ । କ୍ୟାପଟେନ ଜୋୟା କହିଛନ୍ତି, 'ଗତ ବର୍ଷ ଆମେ ଏହି ଇତିହାସ ରଚିବାରେ ଥିଲା । ଦୁରିଭାଗ୍ୟବଶତଃ ଖରାପ ପାଣିପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଅନେକଙ୍କ ପାଇଁ ଏହା ଏକ ପୁରୁଣା ସ୍ୱପ୍ନ ।'

ଦୁଇ ସିଲିକନ୍ ଭ୍ୟାଲି ମଧ୍ୟରେ ଐତିହାସିକ ବିମାନ ଯାତ୍ରା

ଏହି ବିମାନ ଉଡା଼ଣର ବିଶେଷତା ବିଷୟରେ ଜୋୟା କହିଛନ୍ତି, 'ପୋଲାର ଫ୍ଲାଇଟ୍ ପୂର୍ବରୁ ମଧ୍ୟ କରାଯାଇଛି। କିନ୍ତୁ ଏହା ଏକ ଐତିହାସିତ ଉଡା଼ଣ ଏଥିପାଇଁ ହେବ କାହିଁକି ନା ଦୁଇଟି ସିଲିକନ୍ ଭ୍ୟାଲି ଅତିକ୍ରମ କରିବେ କେବଳ ମହିଳା ପାଇଲଟ୍ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପୂର୍ବରୁ ଏପରି ଦୀର୍ଘ ପଥ ଉଡ଼ାଣ କରିଛୁ । ଆଟଲାଣ୍ଟିକ୍ ମହାସାଗରରେ ଅତିକ୍ରମ କରିବା କିମ୍ବା ପ୍ରଶାନ୍ତ ମହାସାଗରରେ ଏବଂ ପରେ ଆଟଲାଣ୍ଟିକ୍ ଉପରେ ଫେରିବା ଭଳି ଉଡ଼ାଣ କରିଛୁ । କିନ୍ତୁ ଉତ୍ତର ପୋଲ ଉପରେ ଉଡିବା ଏକ ଭିନ୍ନ କଥା । ଉତ୍ତର ପୋଲକୁ କେତେ ଲୋକ ଦେଖିଛନ୍ତି ? ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ମୁଁ ସେହି ବିମାନକୁ ନିର୍ଦ୍ଦେଶ ଦେବି ଏବଂ ଉପରୁ ଉତ୍ତର ପୋଲକୁ ଉପରୁ ଦେଖି ଅନ୍ୟ ପାର୍ଶ୍ୱକୁ ଯିବି ! ବିମାନ ଚଳାଚଳ ଇତିହାସରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ।

ବୋଇଙ୍ଗ 777-200 LR ବିମାନ ବ୍ୟବହାର

ତାଙ୍କ କହିବାନୁସାରେ, ପ୍ରାୟ 17 ଘଣ୍ଟାର ଏହି ବିମାନ ସାନ ଫ୍ରାନ୍ସିସ୍କୋରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଦ୍ରୁତତମ ମାର୍ଗ ଭବେ ସ୍ଥିର କରାଯାଇଛି । ଦୁନିଆରେ ଦୀର୍ଘ ବିମାନ ଉଡ଼ାଣ ସତ୍ତ୍ୱେ ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗର ଉପରେ ସମାନ ଦୂରତା ଅତିକ୍ରମ କରିବାରେ ଅନ୍ୟ ବିମାନ ତୁଳନାରେ ଏହା କମ୍ ଇନ୍ଧନ ଖର୍ଚ୍ଚ କରିବ । ଏୟାର ଇଣ୍ଡିଆ ଅନୁଯାୟୀ, ଏହି ଐତିହାସିକ ଉଡ଼ାଣ ପାଇଁ ବ୍ୟବହୃତ ବୋଇଙ୍ଗ 777-200LR ବିମାନରେ 238 ଯାତ୍ରୀଙ୍କ ବସିବା କ୍ଷମତା ରହିଛି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଲୋଡ୍ ହୋଇଛି । କ୍ୟାପଟେନ ଜୋୟା ମଧ୍ୟ ଏହି ବିମାନକୁ ପ୍ରଶଂସା କରି କହିଛନ୍ତି ଯେ ଏହି ବିମାନ ପୃଥିବୀର ଦୁଇଟି ଭିନ୍ନ କୋଣକୁ ଯାତ୍ରା କରିବାରେ ସକ୍ଷମ ହେବ ।

joya-agarwal

ଜୋୟା ଅଗ୍ରୱାଲ ଜଣେ ବରିଷ୍ଠ ପାଇଲଟ୍

କ୍ୟାପଟେନ ଜୋୟା ଅଗ୍ରୱାଲ ଜଣେ ବରିଷ୍ଠ ପାଇଲଟ୍ ଏବଂ ତାଙ୍କର 8,000 ଘଣ୍ଟାରୁ ଅଧିକ ଉଡ଼ାଣର ଅଭିଜ୍ଞତା ଅଛି । ଯେତେବେଳେ କି, କମାଣ୍ଡର ବି -777 ଭାବରେ ତାଙ୍କର 10 ବର୍ଷରୁ ଅଧିକ ଉଡ଼ାଣ ଭରିବା ଏବଂ 2500 ଘଣ୍ଟାରୁ ଅଧିକ ଉଡ଼ାଣ କରିବାର ଅଭିଜ୍ଞତା ଅଛି । ଜୋୟା କୁହନ୍ତି, 'ଯେତେବେଳେ ମୁଁ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲି, ସେତେବେଳେ ବହୁତ କମ୍ ମହିଳା ପାଇଲଟଙ୍କ ମଧ୍ୟରୁ ଜଣେ ଥିଲି । ସମସ୍ତେ ମତେ ଛୋଟ ପିଲା ପରି ବ୍ୟବହାର କରୁଥିଲେ ଏବଂ ବହୁତ ସହଯୋଗ କରିଥିଲେ । ଯେହେତୁ ଏହା ଏକ ପୁରୁଷ-ପ୍ରାଧାନ୍ୟ କ୍ଷେତ୍ର । ଜଣେ ମହିଳା ପାଇଲଟ୍ ହେତୁ ନୁହେଁ, ବରଂ ପାଇଲଟ୍ ହେତୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ କାରଣ ଏହା ଏକ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ।'

ଜୋୟା ପିତାମାତାଙ୍କର ଏକମାତ୍ର ସନ୍ତାନ

ଜୋୟା ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ । ସେ ଏପର୍ଯ୍ୟନ୍ତ ମନେ ରଖିଛନ୍ତି ଯେ ଯେତେବେଳେ ସେ ପାଇଲଟ୍ ହେବାକୁ ଚାହୁଁଥିଲେ, ସେତେବେଳେ ତାଙ୍କ ମା କିପରି ଭୟଭୀତ ହୋଇ କାନ୍ଦୁଥିଲେ । କିନ୍ତୁ, ସେ ଶୀଘ୍ର ବଦଳିଗଲେ । ସେ କହିଛନ୍ତି ଯେ ଗତ 8 ବର୍ଷ ଧରି ସେ ଜଣେ କମାଣ୍ଡର ଭୂମିକାରେ ଦାୟିତ୍ୱ ତୁଲାଉଛନ୍ତି, ଏବଂ ତାଙ୍କର ଏହି ଯାତ୍ରା ବହୁ ରୋମାଞ୍ଚକର ରହିଛି । 'ମୁଁ 2013 ରେ କ୍ୟାପଟେନ ହେବାପରେ ମୋ ମା ପୁଣି କାନ୍ଦିଥିଲେ, କିନ୍ତୁ ଏଥର ସେ ଖୁସିରେ ଭାବବିହ୍ୱଳ ହୋଇ କାନ୍ଦିପକାଇଲେ ।'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+