ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରିବା ପାଇଁ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ବାହାରିଲେ କିଷାନ ମଜଦୁର ସଂଘର୍ଷର କର୍ମକର୍ତ୍ତା
କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଦେବାକୁ ଆଗେଇ ଆସିଛି କୃଷକ ମଜଦୁର ସଂଘର୍ଷ କମିଟି । ହଜାର ହଜାର କର୍ମକର୍ତ୍ତା ଟ୍ରାକ୍ଟରରେ ଭର୍ତ୍ତି ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଦେବାକୁ ଆଗେଇ ଆସିଛି କୃଷକ ମଜଦୁର ସଂଘର୍ଷ କମିଟି । ହଜାର ହଜାର କର୍ମକର୍ତ୍ତା ଟ୍ରାକ୍ଟରରେ ଭର୍ତ୍ତି ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଚାଷୀ କହିଛନ୍ତି, 'ସିଙ୍ଗୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ ଦେବାକୁ ଆମେ ଦିଲ୍ଲୀ ଯାଉଛୁ । ସେଠାରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ଲୋକମାନେ ଘରକୁ ଆସିବେ, ଆଗାମୀ 20 ଦାନ ପର୍ଯ୍ୟନ୍ତ ଆମେ ସେଠାରେ ବସି ରହିବୁ । ଏପ୍ରିଲ୍ 5 ରେ, ଆଉ କିଛି ଲୋକ ଫିରୋଜପୁରରୁ ସେଠାରେ ପହଞ୍ଚିବେ । '

ସୂଚନାଯୋଗ୍ୟ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଦୀର୍ଘ ଦିନ ଧରି ଦିଲ୍ଲୀର ସିଙ୍ଗୁ, ଟିକ୍ରି ଏବଂ ଗାଜୀପୁର ସୀମାରେ ଆନ୍ଦୋଳନ କରିଆସୁଛନ୍ତି । ଏହି ଆଇନର ସଂଶୋଧନ ନେଇ କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଛି, କିନ୍ତୁ ଏହାର କୌଣସି ନିସ୍କର୍ଷ ବାହାରି ପାରିନାହିଁ ।
ଏଥି ସହ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଭାରତୀୟ କୃଷକ ନେତା ରାକେଶ ଟିକାୟତ୍ ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ କେନ୍ଦ୍ର ସରକାର କୃଷି ଆଇନରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ଥିବାବେଳେ ଏହାକୁ ପ୍ରତ୍ୟାହାର କରିବା ମନୋଭାବରେ ନଥିବା ଦେଖିବାକୁ ମିଳୁଛି ।
କୃଷି ଆଇନ ସମ୍ପର୍କରେ କୃଷକମାନେ କହିଛନ୍ତି ଯେ, ଏହାର କାର୍ଯ୍ୟକାରୀ ହେବା ପରେ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ ବନ୍ଦ କରିବେ ଏବଂ ସରକାରୀ ମଣ୍ଡି ମଧ୍ୟ ବନ୍ଦ ହୋଇଯିବ । ଏହା ବ୍ୟତୀତ ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ ଚାଷୀଙ୍କ ଜମି ବ୍ୟବସାୟୀଙ୍କ ହାତକୁ ଚାଲିଯିବ ।












Click it and Unblock the Notifications